Home ଅପରାଧ ଛାତ୍ରଛାତ୍ରୀଙ୍କ ଚାଉଳ କୁପନ ସଂଗ୍ରହ ନିମନ୍ତେ ୧୧ କିଲୋମିଟର ପାଦରେ ଚାଲିଲେ ଅଭିଭାବକ, ସରକାରଙ୍କ ଲକ୍...

ଛାତ୍ରଛାତ୍ରୀଙ୍କ ଚାଉଳ କୁପନ ସଂଗ୍ରହ ନିମନ୍ତେ ୧୧ କିଲୋମିଟର ପାଦରେ ଚାଲିଲେ ଅଭିଭାବକ, ସରକାରଙ୍କ ଲକ୍ ଡାଉନ ନିୟମକୁ ଭାଙ୍ଗିଲେ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ କର୍ତ୍ତୃପକ୍ଷ

311

ହରିଚନ୍ଦନପୁର, ତା ୦୧ ଅପ୍ରେଲ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ପେଟରେ ଭୋକ ମୁଣ୍ଡରେ ଝାଳ, ମନରେ ପୋଲିସର ଭୟ ରଖି ଭିଷଣ ଖରାରେ ଚାଉଳ କୁପନ ନିମନ୍ତେ ଦୂରଦୁରାନ୍ତରୁ ପାଦରେ ଚାଲିଚାଲି ବିଦ୍ୟାଳୟକୁ ଆସିଲେ ଅଭିଭାବକ । ସାରା ବିଶ୍ୱ କରୋନା ଭାଇରସକୁ ମହାମାରୀ ଘୋଷଣା କରିଥିବା ବେଳେ ଅନେକ ଦେଶର ସରକାର ସମସ୍ତ ରାଜ୍ୟକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏଥିସହ ଏହି ରୋଗ ଦିନକୁ ଦିନ ଭାରତବର୍ଷରେ କାୟା ବିସ୍ତାର କରିଚାଲିଥିବା ସହ ଆତଙ୍କ ସୃଷ୍ଟି କରୁଛି । ଏହି ରୋଗଠୁ ଆମ ଦେଶ ଓ ରାଜ୍ୟର ଲୋକମାନଙ୍କ ଠାରୁ ଦୂରେଇ ରଖିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ୨୧ ଦିନିଆ ଲକ୍ ଡାଉନ ଘୋଷଣା କରିଛନ୍ତି । ସାରା ଭାରତର ଜନସାଧାରଣ ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ଲକ୍ ଡାଉନକୁ ପାଳନ କରୁଥିବା ବେଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶିକ୍ଷାଧିନରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର କର୍ତ୍ତୁପକ୍ଷ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି ।

ଉଲ୍ଲେଖ ଯୋଗ୍ୟ ଯେ କରୋନା ମୁକାବିଲା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୫୪ଲକ୍ଷ ଛାତ୍ରଛାତ୍ରୀଙ୍କୁ ୩ ମାସ ମଧ୍ୟାହ୍ନ ଭୋଜନର ଚାଉଳ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସାଧାରଣ ଖାଦ୍ୟ ସାମଗ୍ରୀ ବଣ୍ଟନ ଜରିଆରେ ମଧ୍ୟାହ୍ନଭୋଜନର ଚାଉଳ ଯୋଗାଇ ଦିଆଯିବ । ପ୍ରାଥମିକ ବିଦ୍ୟାଳୟ ତଥା ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାସିକ ୩ କିଲୋ ହିସାବରେ ୯୦ ଦିନ ପାଇଁ ୯ କିଲୋ ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାସିକ ୪ କିଲୋ ୫୦୦ଗ୍ରାମ ହିସାବରେ ୧୩ କିଲୋ ୫୦୦ଗ୍ରାମ ଚାଉଳ ଦିଆଯିବାକୁ ନିର୍ଦ୍ଦେଶ ରହିଛି । ଏଥିସହ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ କୁପନ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଥିଲା । ଏହି କୁପନକୁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକମାନେ ସାଧାରଣ ବଣ୍ଟନ ସାମଗ୍ରୀ ଦେକାନରେ ଦେଖାଇ ଚାଉଳ ସଂଗ୍ରହ କରିପାରିବେ ବୋଲି ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ଦର୍ଶାଇ ଥିଲେ । ଲକ୍ ଡାଉନକୁ ନେଇ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଅଭିଭାବକଙ୍କ ଠାରୁ ଦସ୍ତଖତ ନେଇ ଗୋଟିଏ ଲେଖାଏଁ କୁପନ ଦେବାକୁ ବିଭାଗ ପକ୍ଷରୁ ସୂଚନା ରହିଛି । ହେଲେ ଲକ୍ ଡାଉନ୍ ସହ ପୋଲିସର ଲାଠିମାଡ଼ ହେଉଥିବା ସତ୍ତ୍ବେ ଉକ୍ତ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅଭିଭାବକଙ୍କୁ ଫୋନ୍ ଯୋଗେ କୁପନ ନେବା ନିମନ୍ତେ ବିଦ୍ୟାଳୟକୁ ଡାକରା ହୋଇଛି । ପେଟ ପାଇଁ ମୁଠେ ଦାନା ପାଇବା ପାଇବା ଆଶାରେ ଦୁରଦୂରନ୍ତରୁ ଗରିବ ଓ ଆଦିବାସୀ ଶ୍ରେଣୀର ଲୋକମାନେ ଭିଷଣ ଖରାକୁ ଖାତିରି ନକରି ପାଦରେ ଚାଲି ଚାଲି ବିଦ୍ୟାଳୟ ଅଭିମୁଖେ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଥିସହ ପିଟାପିଟି ଗ୍ରାମ ପଞ୍ଚାୟତ କୁଆଝରଣ ଗ୍ରାମର ଅଭିଭାବକ ରମେଶ ଜୁଆଙ୍ଗ, ପବିତ୍ର ଜୁଆଙ୍ଗ, ଉଦୁରୀ ଜୁଆଙ୍ଗ, ଚମ୍ପା ଜୁଆଙ୍ଗ ପ୍ରମୁଖ ଫୋନ ପାଇ ଭିଷଣ ଖରାରେ କୁପନ ସଂଗ୍ରହ ନିମନ୍ତେ ୧୧ କିଲୋମିଟର ପାଦରେ ଚାଲି ଚାଲି ବିଦ୍ୟାଳୟକୁ ଆସୁଥିବା ବେଳେ ଗଣମାଧ୍ୟମ ସାମ୍ନରେ ପଡିଥିଲେ ।

ସଚେତନ ହୋଇ ସୁସ୍ଥତା ରହି ସାମାଜିକ ଦୁରତା ବାଜାଇ ରଖି ଘରୁ ନବାହାରି ହାତକୁ ବାରମ୍ବାର ଧୋଇକୁ ସରକାରଙ୍କ ଠାରୁ ଆରମ୍ଭ କରି ଡାକ୍ତର, ପୋଲିସ, ଗଣମାଧ୍ୟମ ଓ ସମସ୍ତ ପ୍ରଶାସନିକ ସ୍ତରରେ ଦିନରାତି ସଚେତନତା କରାଉଥିବା ବେଳେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର କର୍ତ୍ତୁପକ୍ଷଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବି ଓ ଶିକ୍ଷାବିତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ ହରିଚନ୍ଦନପୁର ସିଆରସିସି ଜଗବନ୍ଧୁ ମହାନ୍ତଙ୍କ ସହ ଫୋନ ଯୋଗା ଯୋଗାଯୋଗ କରିବାରୁ ସେ କହିଛନ୍ତି, ଯଦି ସେମାନେ ଡାକିଛନ୍ତି ତେବେ ଭୁଲ କରିଛନ୍ତି । ଅଭିଭାବକଙ୍କୁ ଘରକୁ ଫେରେଇ ଦିଅନ୍ତୁ ଘରକୁ କୁପନ ପଠାଇବା ବ୍ୟବସ୍ଥା କରାଯିବ । ଘଟଣାକୁ ନେଇ ଶାନ୍ତି ସୁରକ୍ଷା ମଞ୍ଚର ଆବାହକ ଶର୍ମିଷ୍ଠା ମହାନ୍ତି ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ କିଛି ଅଘଟଣ ହେଲେ ସେଥିପାଇଁ ବିଦ୍ୟାଳୟ କର୍ତ୍ତୁପକ୍ଷ ଦାୟୀ ହେବେ ବୋଲି କହିଥିଲେ । ଏଥିପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ତ ଛାତ୍ରଛାତ୍ରୀ ଙ୍କ ଘରେ ଘରେ କୁପନ ପହଞ୍ଚାଇବାକୁ ଏଅଞ୍ଚଳର ଜନ ସାଧାରଣରେ ଦାବି ହୋଇଛି । ଏଥିସହ ସରକାରଙ୍କ ଲକ୍ ଡାଉନ ନିୟମକୁ ଖୋଲାଖୋଲି ଉଲଂଘନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.