Home ଜିଲ୍ଲା ପରିକ୍ରମା ଛପୁଲିଆ ପୋଲ ତଳ ନୟନଯୋରୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଛପୁଲିଆ ପୋଲ ତଳ ନୟନଯୋରୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

25

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଆଜି ଭଦ୍ରକ ବାଇପାସ୍ ଛପୁଲିଆ ପୋଲ ତଳ ନୟନଯୋରୀରେ ଏକ ନବଜାତ ଶିଶୁର ଗଳିତ ମୃତଦେହ ଦୁର୍ଗନ୍ଧ ହେଉଥିବାରୁ ଲୋକମାନଙ୍କ ନଜରକୁ ଆସିଥିଲା। ଛପୁଲିଆ ପୋଲ ତଳ ଏହି ନୟନଯୋରୀରେ ଚଳିତବର୍ଷ ଦୁର୍ଗାଙ୍କ ମେଢ ବିସର୍ଜନ ହୋଇଥିବାରୁ ପିଲାଟିକୁ କେହି ଦେଖିପାରିନଥିଲେ। ପାଣିରେ ଭାସୁଥିବା ଦୁର୍ଗା ମେଢଙ୍କ ଛାଂଚ ମଧ୍ୟରେ ହୁଏତ ପିଲାଟି ଲୁଚିଯାଇଥିଲା। ପରବର୍ତୀ ସମୟରେ ଏହା ପଚି ଦୁର୍ଗନ୍ଧ ହେବାରୁ ଲୋକଙ୍କ ନଜରକୁ ଆସିଥିଲା। ତେବେ ଏହି ଶିଶୁଟି କାହାର ପାପ ଗର୍ଭରୁ ଜନ୍ମିତ କି ଶିଶୁଟି କନ୍ୟା ହୋଇଥିବାରୁ ତାକୁ ମା’ ଗର୍ଭରୁ ଜନ୍ମ ନେବା ପରେ ମାରି ଦିଆଯାଇଛି, ସେଥିନେଇ ତଦନ୍ତର ଆବଶ୍ୟକତା ରହିଛି। ସତରେ ଏ ଦୁନିଆଟି ବଡ ନୃସଂହ। ଏହି ନିଷ୍ପାପ ନବଜାତ ଶିଶୁଟିକୁ ଯେଉଁ ପରିସ୍ଥିତିରେ ପରିବାର ଲୋକେ ଫୋପଡି ଦେଇ ଚାଲିଯାଇଛନ୍ତି, ତାହା ନିଶ୍ଚୟ ନିନ୍ଦାର ବିଷୟ। ଏହି ଖବର ପ୍ରଚାରିତ ହେବା ପରେ ବହୁ ଜନସାଧାରଣ ପୋଲ ଉପରେ ଠିଆ ହୋଇ ମୃତ ଶିଶୁଟିକୁ ଦେଖିବା ପାଇଁ ଗହଳି କରିଥିଲେ। ପରବର୍ତୀ ସମୟରେ ପୁଲିସ୍ ପହଂଚି ଲୋକ ଗହଳିକୁ ହଟାଇ ଶିଶୁର ଶବଟିକୁ ପୋଲ ତଳୁ ଉଦ୍ଧାର କରି ଶିଶୁଟି କାହାର ଓ କିଏ ତାକୁ ଫୋପାଡିଛି, ତାହାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.