ମାଲକାନଗିରି,୧୦ା୨ (ଓଡିଆ ପୁଅ ) ଛତିଶଗଡ ସୀମାନ୍ତ ମାଲକାନଗିରି ବ୍ଲକସ୍ଥ ଚାଲାଣଗୁଡା ପଚାଂୟତରେ ଆମ ଗାଁ ଆମ ବିକାଶ ର ପିଠା କାର୍ଯ୍ୟକ୍ରମ ଆଡମ୍ବର ସହକାରେ ଆଜି ଅନୁଷ୍ଟିତ ହୋଇ ଯାଇଛି ।ଏହି ପଚାଂୟତ ଅଧିନରେ ଥିବା ୧୭ଟି ଗ୍ରାମର ଶତାଧିକ ମହିଳା,ପୁରୁଷ, ସ୍ୱୟଂସହାୟକ ଗୋଷ୍ଠିର ମହିଳା ମାନେ ଯୋଗଦେଇ ଥିଲେ । ଚାଲାଣଗୁଡା ହାଇସ୍କୁଲ ପଡିଆ ଠାରେ ସରପଚଂ ଶ୍ରୀମତୀ ପୁସ୍ପାରାଣୀ ପାଡିଆମି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡିଆରଡିଏ ଡିପିଏମ ପବିତ୍ର ମୋହନବାରା, ମୁଖ୍ୟବକ୍ତାଭାବେ ମାଲକାନଗିରି ବ୍ଲକ ସହକାରୀ ନିର୍ବାହି ଯନ୍ତ୍ରୀ ଇଂ କରୁଣାସାଗର ବେହେରା,ସମ୍ମାନିତ ଅତିଥି ଭାବେ ଡିଆରଡିଏ ପିଓ ମୋନିକା ପ୍ରଧାନ,କନିଷ୍ଟ ଯନ୍ତ୍ରୀ ଏସ.କେ ସ୍ୱାଇଁ,ହୃଷିକେଶ ପଣ୍ଡା,ଚାଲାଣଗୁଡା ପଚାଂୟତ ପୁର୍ବତନ ସରପଚଂ ଇର୍ମାପଡିଆମି,ସମତି ସଭ୍ୟା ପ୍ରତିମା ଜେନା, ନାଏବ ସରପଚଂ ଭଦ୍ରଦୁରୁଆ.ଜଳପରିମଳ ବିଭାଗର ଦିଲିପ ଡାକୁଆ,କେ.ପି.ଚନ୍ଦ୍ର ପ୍ରମୁଖ ଯୋଗଦେଇ ରାଜ୍ୟସରକାରଙ୍କ ପିଠା କାର୍ଯ୍ୟକ୍ରମ ଓ ବିଭିନ୍ନ ବିଭାଗର ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ସଂପର୍କରେ ସୁଚନା ଦେଇଥିଲେ । ଏହି ଅବସରରେ ଚାଲାଣଗୁଡା ପଚାଂୟତ ନିର୍ବାହି ଅଧିକାରୀ ଦୟାନିଧି ନିମାଲ କାର୍ଯକ୍ରମକୁ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ପିଠା ଯୋଜନାର ବର୍ତା ଓ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟକ୍ରମର ବୃତଚିତ୍ର ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ସ୍ୱାସ୍ଥ୍ୟ,ଶିକ୍ଷା, ଗମନାଗମନ,ସାଧାରଣ ବଟଂନ ବ୍ୟବସ୍ଥା,ବାର୍ଦ୍ଦକ୍ୟ ଓ ବିଧାବ ଭତା,ବିଜୁପକାଘର,ଜଙ୍ଗଲସୁରକ୍ଷା,ଜଙ୍ଗଲଜମିପଟା,ନିର୍ମାଣଶ୍ରମିକ ଯୋଜନାରେ ଗରିବ ଲୋକମାନଙ୍କୁ ସମିଲ କରାଯିବା ପାଇଁ ଗୁରୁତ୍ୱ ଦିଆ ଯିବ ବୋଲି ମଚାଂସିନ ଅତିଥିମାନେ ସୁଚନାଦେଇଥିଲେ । ସଭାସ୍ଥଳରେ ବାର୍ଦ୍ଦକ୍ୟ,ବିଧବା ଭତା ଓ ଏଲଇଡି ବଲ ବଟଂନ କରାଯିବାସହିତ ମାଗଣାସ୍ୱସ୍ଥ୍ୟ ଶିବୀରର ଆୟୋଜନ ହୋଇଥିଲା । ଶେଷରେ ମହିଳା ସ୍ୱୟଂସହାୟକ ଗୋଷ୍ଠିଙ୍କ ଦ୍ୱାରା ପ୍ରସ୍ତୁତ ଆରିସା,କାକରା,ନାନା ରକମର ପିଠା ସଭାସ୍ଥଳରେ ବଟାଂଯାଇଥିଲା । ଶେଷରେ ଡୁଡିଗୁଡା ଗ୍ରାମର କୋୟା ଆଦିବାସୀ ସିଙ୍ଗନାଟ ଦଳଙ୍କ ଦ୍ୱାରା ଚିତାକର୍ଷକ ସିଙ୍ଗନୃତ୍ୟ ସହିତ ପଦ୍ମଗିରିର ଇଶ୍ୱର ନାଟଗୁରୁ ଙ୍କ ମା ପଦ୍ମିନୀ କଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ସଂପର୍କରେ ନୃତ୍ୟ,ସଙ୍ଗୀତ ଓ ନାଟକ ପରିବଷେଣ କରାଯାଇଥିଲା ।
