Home ଜିଲ୍ଲା ପରିକ୍ରମା ଛତାବର-ଛଞ୍ଚିଣା ରାସ୍ତା ପୁନଃନିର୍ମାଣ ଦାବି; ବିଜେପିର ଆନ୍ଦୋଳନ ଓ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ

ଛତାବର-ଛଞ୍ଚିଣା ରାସ୍ତା ପୁନଃନିର୍ମାଣ ଦାବି; ବିଜେପିର ଆନ୍ଦୋଳନ ଓ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ

155

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଛତାବର-ଛଞ୍ôଚଣା ପୁର୍ତ୍ତ ବିଭାଗ ରାସ୍ତାର ଦୁରାବସ୍ଥା ପ୍ରତିକାର ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୁକ୍ରବାର ଦିନ ଆନ୍ଦୋଳନ କରାଯାଇଥିଲା । ଏହି ରାସ୍ତାର ଛତାବର, କୁଲଣା, ମଞ୍ଜୁରୀରୋଡ ବଜାର ଓ ଛଞ୍ôଚଣା ଠାରେ ଦଳୀୟ କର୍ମୀମାନେ ଧାରଣା ଦେବା ସହ ପ୍ରତିବାଦ ସଭା କରିଥିଲେ । ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଦିନ ୨ଟାରେ ପ୍ରତ୍ୟାହୃତ ହୋଇଥିଲା । ଚାରୋଟି ସ୍ଥାନରେ ହୋଇଥିବା ଏହି ଆନ୍ଦୋଳନରେ ଦଳୀୟ ନେତା ତଥା ଦଳର ପୂର୍ବତନ ଜିଲ୍ଲା ସଭାପତି ବଦ୍ରୀନାରାୟଣ ଧଳ ପହଞ୍ôଚ ଦଳୀୟ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଛଞ୍ôଚଣା ଠାରେ ମଣ୍ଡଳ ସାଧାରଣ ସମ୍ପାଦକ ଅଜୟ ପାତ୍ର, ହରିଜନ ମୋର୍ଚ୍ଚା ସଭାପତି ସୁରେଶ ଦାସ, ପ୍ରଦୀପ ପାଢୀ, ଦୁଶ୍ମନ୍ତ ଜେନା, ଇଂ ପ୍ରମୋଦ ଜେନା, ଭୈରବ ନାୟକ, ସୁଧିର ମିଶ୍ର, ଶ୍ରୀକାନ୍ତ ଖଡିରତ୍ନ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ସେହିପରି ଛତାବର ଠାରେ ପ୍ରଦ୍ୟୁମ୍ନ ସେନାପତି, ପ୍ରହ୍ଲାଦ ସାହୁ, ଭଗବାନ ସାମଲ, କ୍ଷୀରୋଦ ରାୟ, ମୁକୁନ୍ଦ ମଲ୍ଲିକ, କରୁଣାକର ସାହୁ, ସମୀର ରାଉତ, ପ୍ରଭାତ ରାଉତ, ସୁଶାନ୍ତ ମହାପାତ୍ର, ଶୁଭ୍ରଜିତ ରାଉତ, କୃପାସିନ୍ଧୁ ବାରିକ ପ୍ରମୁଖ ଆନ୍ଦେଳନର ନେତୃତ୍ୱ ନେଇଥିଲେ । କୁଲଣା ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ରାଉତ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, କୃଷ୍ଣଚନ୍ଦ୍ର ପରିଡା, କୁନି ଧଳ, ବଳରାମ ପଣ୍ଡା, ସୁଶାନ୍ତ ରାଉତ, ପ୍ରଫୁଲ୍ଲ ଓଝା, ଅଭିମନ୍ୟୁ ମାଝୀ ପ୍ରମୁଖ ଆନ୍ଦୋଳନ ପରିଚାଳନା କରିଥିଲେ । ମଞ୍ଜୁରୀରୋଡ ଠାରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଧାରଣାରେ ଯୁବମୋର୍ଚ୍ଚା ସଭାପତି ପ୍ରବୀଣ ରାଉତ, ତରଣୀସେନ ପଣ୍ଡା, ରମାକାନ୍ତ ବାରିକ, ବିରେନ୍ଦ୍ର ଭାରତୀ, ଅଭିମନ୍ୟୁ ଦାସମହାପାତ୍ର, ରାଜୀବଲୋଚନ ସାହୁ, ସନ୍ତୋଷ ଜେନା, ବାଙ୍କବିହାରୀ ସେଠୀ, ପଦ୍ମଲୋଚନ ଦାସ, ପ୍ରଭାତ ପଣ୍ଡା ପ୍ରମୁଖ ଅଂଶଗଅହଣ କରିଥିବା ବେଳେ ପ୍ରତିବାଦ ସଭାରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଧଳ, କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ଶଙ୍କର୍ଷଣ ଜେନା, ପ୍ରକାଶ ମହାପାତ୍ର, ବନମାଳୀ ଜେନା, ଇଂ ପ୍ରମଦେ ଜେନା, ଅଜୟ ପାତ୍ର, ସୁରେଶ ଦାସ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ରୁକ୍ମଣୀ ଦାସ ପ୍ରମୁଖ ଉଦବୋଧନ ଦେଇ ଉନ୍ନୟନମୂଳକ ପ୍ରକଳ୍ପଗୁଡିକ ପ୍ରତି ଉଦାସୀନତାକୁ ସମାଲୋଚନା କରିଥିଲେ । ଏପରିକି ବିଜେପିର ଏହି ଜନଆନ୍ଦୋଳନକୁ ବିଜେଡି ପକ୍ଷରୁ ସମାଲୋଚନା ପ୍ରସଙ୍ଗରେ ବିଜେଡିକୁ ତୀବ୍ର ଭର୍ସନା କରାଯାଇଥିଲା । ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ ମହାପାତ୍ର ଓ ସହକାରୀ ଯନ୍ତ୍ରୀ ଅମ୍ବିକା ବଲ୍ଲଭ ସ୍ୱାଇଁ ପ୍ରମୁଖ ଧରଣାସ୍ଥଳରେ ପହଞ୍ôଚ ରାସ୍ତାର ମରାମତି ପାଇଁ ଚାରିକୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମଞ୍ଜୁରୀ ମିଳିବା ପରେ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦବୋସ୍ତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.