Home କୋରାପୁଟ  ଚୋରୀ ମାମଲାରେ ଜୟପୁର ସଦର ଥାନା ପୋଲିସ ଦ୍ୱାରା ୫ନାବାଳକଙ୍କ ସମେତ ୧୦ଜଣ ଗିରଫ

 ଚୋରୀ ମାମଲାରେ ଜୟପୁର ସଦର ଥାନା ପୋଲିସ ଦ୍ୱାରା ୫ନାବାଳକଙ୍କ ସମେତ ୧୦ଜଣ ଗିରଫ

53

କୋରାପୁଟ ୨୫-୦୬(ଓଡିଆ ପୁଅ /ରଂଜନ ଦାସ) ଜୟପୁର ସଦର ଥାନା ପୋଲିସ ଏକ ଚୋରି ମାମଲାରେ ୫ଜଣ ନାବାଳକଙ୍କ ସହ ୧୦ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ  ବିଭିନ୍ନ ସାମଗ୍ରୀ ଜବତ କରିଛି । ସୂଚନା ଅନୁଯାୟୀ ୨୦ତାରିଖ ରାତିରେ ସଦର ଥାନା ତେଲିଗୁଡା ଗ୍ରାମର ଦବେଦାସି ଭଂଜ ଦେଓଙ୍କ  ତେଜରାତି ଦୋକାନରୁ ୧ଲକ୍ଷ ୨୦ ହଜାର ନଗଦ ଟଙ୍କା ସହ  ୧୦ଟି ନୂଆ ଓ ୧୫ଟି ପୁରୁଣା ମୋବାଇଲ ଫୋନ ଓ ପ୍ରାୟ ୮ଲକ୍ଷ ଟଙ୍କାର  ଜିନିଷ ଚୋରି ହୋଇଥିଲା । ଦୋକାନ ମାଲିକଙ୍କ ଅଭିଯୋଗକୁ ଭିତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ  କୌଣସି ସୂତ୍ରରୁ ଖବର ପାଇ ଜୟପୁର ଟାଉନ ଥାନା ଇରିଗେସନ କଲୋନୀର ରମେଶ ଖରା(୧୯),ଜମୁନାଗୁଡାର ଶଙ୍କର ଖରା(୧୯),କୋରାପୁଟ ସଦର ଥାନା ମୁଜାଂଗ ଗ୍ରାମର କର୍ଣ  ମୁଦୁଲି(୧୯),ଜୟପୁର ଟାଉନଥାନା ପାରାବେଡାର ସୂର୍ଯ୍ୟ ବିଷୋୟୀ(୪୨) ଓ ଡଂଗାଗୁଡାର ରାହୁଳ ମାଛ(୨୧) ସମେତ ଅନ୍ୟ ୫ଜଣ ନାବାଳକକୁ  ଗିରଫ  କରିଥିଲା । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ  ପୋଲିସ ୫ଲକ୍ଷ ଟଙ୍କାର ରାସନ ସାମଗ୍ରୀ,୧୪ଟି ନୂଆ ଓ ୧୫ଟି ପୁରୁଣା ମୋବାଇଲ ଫୋନ,୨ଟି ଲାପଟପ,ଗୋଟିଏ ସାମସଂଗଏଇଡି ଟିଭି  ଓ ଏକ ଟିଭିଏସ ମୋପେଡ ଜବତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.