Home ଓଡ଼ିଶା ଚୋରି କରିବାର ନୂଆ ତରିକା

ଚୋରି କରିବାର ନୂଆ ତରିକା

852

ନୂଆଦିଲ୍ଲୀ,୨୩/୦୮,(ଓଡ଼ିଆ ପୁଅ /ପି ନାଏକ): ଯଦି ଆପଣ ଘରକୁ କୌଣସି ବ୍ଯକ୍ତି ଡେଲିଭରୀ କରିବା ପାଇଁ ଆସୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । ଦିଲ୍ଲୀରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଏକ ଚୋର ଡେଲିଭରୀ ବୟ ବେଶ ଧରି ଘରେ ପଶି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି କରି ସଫଳତାର ସହିତ ଫେରାର ହୋଇଯାଇଥିବା ଜଣାପଡିଛି ।

ଲକ୍ଷାଧିକ ଟଙ୍କାର ଚୋରି କରି ଫେରାର ହେବା ପୂର୍ବରୁ ଚୋର ଜଣଙ୍କ ରୋଷେଇ ଘରକୁ ଯାଇ ସିଲିଣ୍ଡର ଖୋଲିଦେଇ ପଳାଇଥିଲା । କିନ୍ତୁ ଭଗବାନଙ୍କ ଆଶିର୍ବାଦରୁ ଘର ଲୋକଙ୍କ ସତର୍କତା ପାଇଁ ଏକ ବଡ ଅଘଟଣକୁ ରୋକାଯାଇପାରିଛି।

ଘର ଲୋକେ ଘରକୁ ଆସିବାପରେ ଗ୍ୟାସ୍ ବାସ୍ନା ଆସୁଥିବାର ଜାଣିପାରି ପ୍ରଥମେ ଘରର ଝରକା ଖୋଲିଥିଲେ । ଏହାପରେ ଯାଇ ଘରର ସବୁ ଲାଇଟ୍ ଅନ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.