Home ଜିଲ୍ଲା ପରିକ୍ରମା ଚୋରି ଉଦ୍ୟମ ବେଳେ ଧରା ପଡିଲେ ଲୁଟେରା

ଚୋରି ଉଦ୍ୟମ ବେଳେ ଧରା ପଡିଲେ ଲୁଟେରା

12

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଗରପଡା ଥାନା ଅଧିନ ଆଡିଆ ଠାରେ ଅପେରା ଚାଲିଥିବା ବେଳେ ଏହାର ସୁଯୋଗରେ ଚୋରି ଉଦ୍ୟମ ହୋଇଛି । ଗ୍ରାମର ନିରଞ୍ଜନ ମଲ୍ଲିକ୍ ପରିବାର ଲୋକେ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ବିଳମ୍ବିତ ରାତ୍ରରେ ପୁଅ ଆଶୁତୋଷ ଘର ଆଡେ ବୁଲି ଯାଇଥିଲେ । ଉକ୍ତ ସମୟରେ ତିନିଜଣ ଲୁଟେରା ଦୌଡି ପଳାଇ ଯିବା ବେଳେ ଆଶୁତୋଷ ଜଣକୁ ଗ୍ରାମବାସୀଙ୍କ ସହଯୋଗରେ କାବୁ କରି ନେଇଥିଲେ । ଲୁଟେରାଙ୍କ ଆକ୍ରମଣରେ ଆଶୁତୋଷ ଆହତ ହୋଇଥିଲେ । ଧରାପଡିଥିବା ଲୁଟେରାଙ୍କ ଘର ଭଣ୍ଡାରିପୋଖରୀ ଥାନା ଅଧିନ କଣ୍ଟିମଣିବାଜ ଗ୍ରାମର ସୀତାଶୁଂ ବେହେରା ଓରଫ ଲିଟୁ ବୋଲି ଜଣାପଡିଛି । ଲୁଟେରା ମାନେ ଘରର ପଛ ପଟେ ପଶି ଗଡ୍ରେଜ୍ ଭାଙ୍ଗି କାନଫୁଲ, ରୂପା ସାମଗ୍ରୀ ସମେତ ଲକ୍ଷାଧିକ ଟଙ୍କା ଲୁଟ୍ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ପୋଲିସ୍ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଏଥିରେ ସଂପୃକ୍ତ ବନ୍ତ ଥାନା ଅଧିନ ସାହାଡାଗଢିଆ ଗ୍ରାମର ପ୍ରଫୁଲ୍ ଜେନା, ନିରଞ୍ଜନ ଜେନା ଓ ଦେବାଶିଷ ରାଉତଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.