ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ମୁଖ୍ୟ ରାସ୍ତା ଖେରଙ୍ଗ ନିକଟରେ ଚୋରା ମଦ କାରବାର ଓ ଡ୍ରଗ୍ସ କାରବାର କୁ ବିରୋଧ କରି ରାସ୍ତାରୋକ କରିଛନ୍ତି ସ୍ଥାନୀୟବାସୀ । ଏଥିରେ ଶତାଧିକ ସ୍ଥାନୀୟ ପୁରୁଷ ଓ ମହିଳା ସାମିଲ ହୋଉଛନ୍ତି । ଦୀର୍ଘ ଦୁଇ ବର୍ଷ ହେବ ସ୍ଥାନୀୟ ପ୍ରଶାସନ ଓ ଜ଼ିଲ୍ଲା ପ୍ରଶାସନକୁ ଏହି ବାବଦରେ ଗୁହାରି କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରିନଥିଲା। ଫଳରେ ବାଧ୍ୟ ହୋଇ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି । ଯେ ପର୍ଯ୍ୟନ୍ତ ପ୍ରଶାସନ ଅଭିଯୋଗର ସମାଧାନ ନ କରିବେ, ସେ ପର୍ଯ୍ୟନ୍ତ ରାସ୍ତା ରୋକ ଜାରି ରହିବ ବୋଲି ଚେତାବନୀ ମିଳିଛି।