Home ଜିଲ୍ଲା ପରିକ୍ରମା ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ

ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ

4

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ବିଲଣା କେରଡ଼ିହ ଗ୍ରାମରୁ ପୋଲିସ ଚୋରା ବିଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୋଲିସ ପକ୍ଷରୁ ୧୭୯/୨୫ ମକଦ୍ଦମା ରୁଜୁ କରାଯାଇ କେରଡ଼ିହ ଗ୍ରାମର ଅରୁଣ କୁମାର ନାୟକ (୩୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।ପ୍ରକାଶ ଯେ,ବୁଧବାର ପୂର୍ବାହ୍ନରେ କେରଡ଼ିହ ଗ୍ରାମର ଅରୁଣ କୁମାର ନାୟକ ଚୋରା ବିଦେଶୀ ମଦ ବିକ୍ରିକରିବାକୁ ନେଇଯାଉଥିଲେ ।କୌଣସି ସୂତ୍ରରୁ ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଂଚି ୧୫ଲିଟରରୁ ଅଧିକ ବିଦେଶୀ ମଦ (୨୪)ବିଆର ଜବତ କରିବାସହ ଅଭିଯୁକ୍ତ ଅରୁଣକୁ ଗିରଫ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.