ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚେନ୍ନାଇ ର ଏକ ଗହଣା ଦୋକନରୁ ଲୁଟ ହୋଇଥିବା ସୁନା ଧାମରାରୁ ଜବତ ହୋଇଛି। ଏହି ଲୁଟ ଘଟଣାରେ ସଂପୃକ୍ତ ୩ଜଣ ପଶ୍ଚିମବଙ୍ଗ ଲୋକଙ୍କୁ ଚେନ୍ନାଇ ପୁଲିସ ଧାମରାରୁ ଗିରଫ କରିବାରେ ସଫଳ ମଧ୍ୟ ହୋଇଛି। ପ୍ରାପ୍ତ ଖବର ଅନୁଯାଇ ଚଳିତ ମାସ ଚେନ୍ନାଇ ଏକ ଗହଣା ଦୋକାନରୁ ୩ଶହ ଗ୍ରାମର ସୁନା ଚୋରୀ ହୋଇଥିଲା। ସିସିଟିଭି ଫୁଟେଜ ରୁ ଏହି ସୁନାକୁ ସେହି ଦୋକାନରେ କାର୍ଯ୍ୟରତ ୩ଜଣ ଗହଣା ମିସ୍ତ୍ରୀ ଚୋରାଇ ନେଇ ଫେରାର ହୋଇ ଯାଇଥିଲେ। ସଂପୃକ୍ତ ଦୋକାନୀ ଏହି ବିଷୟରେ ଚେନ୍ନାଇ ପୁଲିସଙ୍କୁ ଜଣାଇବା ପରେ ସଂପୃକ୍ତ ୩ଜଣ ଗହଣା ମିସ୍ତ୍ରୀଙ୍କ ଫୋନର ସବିଶେଷ ତଥ୍ୟକୁ ଆଧାର କରି ସେମାନେ ଧାମରାରେ ଥିବା ଜାଣିବା ପାଇଥିଲେ। ପରେ ଚେନ୍ନାଇ ପୁଲିସର ଏକ ଟିମ ଆସି ଧାମରା ଥାନାର ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଙ୍କ ସହ ଯୋଗାଯୋଗ କରିବା ପରେ ଧାମରା ବନ୍ଦର ୩ନଂ ଗେଟ ଆଗରେ ଥିବା ପଣ୍ଡିତ କଲୋନୀରୁ ସଂପୃକ୍ତ ଗହଣା ମିସ୍ତ୍ରୀଙ୍କୁ ଠାବ କରାଯାଇଥିଲା। ଏବଂ ଅତର୍କିତ ଚଢାଉ ପରେ ସେମାନଙ୍କ ନିକଟରୁ ୩ଶହ ଗ୍ରାମର ସୁନା ଜବତ ହୋଇଥିଲା। ପରେ ସେମାନଙ୍କୁ ଚେନ୍ନାଇ ପୁଲିସ ଗିରଫ କରିବା ସହ ସେମାନଙ୍କୁ ଚେନ୍ନାଇ ନେଇ ଯାଇଥିବା ଧାମରା ଥାନାଧିକାରୀଙ୍କ ନିକଟରୁ ପ୍ରକାଶ। ଏଠାରେ ପ୍ରଶ୍ନ ଉଠେ ଧାମରା ଅଂଚଳରେ ବହୁ ବେଆଇନ ଗେଷ୍ଟ ହାଉସ ଏବଂ ଭଡା ଘର ଖୋଲାଯାଇଥିବା ବେଳେ ସଂପୃକ୍ତ ମାଲିକ ମାନେ ଏହି ବିଷୟରେ ସେହି ଅଂଚଳରେ ଥିବା ଥାନାକୁ କୁ ଅବଗତ କରାଇବା ସହ ସେମାନଙ୍କ ନିକଟକୁ ଆସୁଥିବା ଭଡାଟିଆ ମାନଙ୍କ ଆଧାର କାର୍ଡ ର ଅବିକଳ ନକଲ ରଖିବା ସହ ଏହି ବିଷୟରେ ସଂପୃକ୍ତ ଥାନାକୁ ଜଣାଇବାର ନିୟମ ଥିବା ବେଳେ ଏହି ଭଡା ଘର ମାଲିକ ମାନେ ବହୁ ବାହାର ରାଜ୍ୟର ଅଜଣା ଅଶୁଣା ଏବଂ ବିନା ଆଧାର କାର୍ଡରେ ଆସୁଥିବା ସନ୍ଦିଗ୍ଧ ଲୋକ ମାନଙ୍କୁ ନିଜ ଭଡା ଘରେ ଆଶ୍ରୟ ଦେଉଛନ୍ତି। ଫଳରେ ପୁଲିସ ପ୍ରଶାସନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଧାମରା ଅଂଚଳରେ ଚୋରୀ ରାହାଜାନି ମଧ୍ୟ ବଢି ବଢି ଚାଲିଛି। ଏଥିରେ ରୋକ ଲଗାଇବାକୁ ହେଲେ ପ୍ରଶାସନ ଅଜାଣତରେ ଚଳାଉଥିବା ଗେଷ୍ଟ ହାଉସ ଏବଂ ବେସରକାରୀ ଘର ମାଲିକ ମାନଙ୍କୁ ଗିରଫ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।
Home ଜିଲ୍ଲା ପରିକ୍ରମା ଚେନ୍ନାଇରୁ ଚୋରୀ ୩ଶହ ଗ୍ରାମ ସୁନା ଧାମରାରୁ ଉଦ୍ଧାର, ୩ଦୋଷୀଙ୍କୁ ହେପାଜତରେ ନେଲା ଚେନ୍ନାଇ ପୁଲିସ







