Home Top News ଚେତାବନୀ ପରେ କାବୁଲରେ ଆଉ ଏକ ବିସ୍ଫୋରଣ

ଚେତାବନୀ ପରେ କାବୁଲରେ ଆଉ ଏକ ବିସ୍ଫୋରଣ

91

ନୂଆଦିଲ୍ଲୀ ୨୯-୮ (ଓଡ଼ିଆ ପୁଅ) : ଆଫଗାନିସ୍ତାନର ରାଜଧାନୀ କାବୁଲ ପୁଣି ଥରେ ଏହି ବିସ୍ଫୋରଣରେ କମ୍ପିତ ହୋଇଛି। ଗୁରୁବାର ଦିନ ସିରିଏଲ ବିସ୍ଫୋରଣ ପରେ ରବିବାର ବିମାନବନ୍ଦର ନିକଟରେ ପୁଣି ଥରେ ପ୍ରବଳ ବିସ୍ଫୋରଣ ହୋଇଥିବାର ସୂଚନାମିଳିଛି। ୩୬ ରୁ ୭୮ ଘଣ୍ଟା ମଧ୍ୟରେ ଆମେରିକା ଆଉ ଏକ ବିସ୍ଫୋରଣର ପୂର୍ବାନୁମାନ କରିଥିଲା।

ଟୋଲୋ ନ୍ୟୁଜ୍ ଉପସ୍ଥାପକ ମୁସଲିମ ଶିରଜାଦ ଏକ ଟୁଇଟ୍‌ରେ କହିଛନ୍ତି ଯେ ରାଜଧାନୀ ବିମାନବନ୍ଦରରେ ଭୟଙ୍କର ବିସ୍ପୋରଣ ହେବାର କିଛି ଦିନ ପରେ କାବୁଲ ସହରରେ ଏକ ବିସ୍ଫୋରଣର ଶବ୍ଦ ଶୁଣାଗଲା।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପଛରେ ଆଇଏସଆଇଏସ ସନ୍ଦେହ କରାଯାଉଛି। ଯାହା ଆମେରିକୀୟ ସୈନିକମାନଙ୍କୁ ଟାର୍ଗେଟ କରି ରକେଟ୍ ସାହାଯ୍ୟରେ ଆକ୍ରମଣ କରାଯାଇଥିବା କୁହାଯାଉଛି।

ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଶନିବାର ଚେତାବନୀ ଦେଇଥିଲେ ଯେ, ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଦୁଇ ଦିନ ମଧ୍ୟରେ ପୁନଃ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ରହିଛି।

ଗୁରୁବାରଦିନ ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୧୬୯ ଆଫଗାନିସ୍ତାନ ନାଗରିକ ଏବଂ ୧୩ ଜଣ ଆମେରିକୀୟ ସେବା ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା।

https://twitter.com/MuslimShirzad/status/1431962417534226438

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.