ଭୁବନେଶ୍ୱର: ପାରାଦ୍ୱୀପର ଚୁନିବୋରା ଗ୍ରାମରେ ଜଣେ ଛାତ୍ରୀଙ୍କ ସହିତ ଘଟିଥିବା ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ ତଥ୍ୟ ଅନ୍ୱେଷଣକାରୀ ପ୍ରତିନିଧି ଦଳ ପିଡ଼ିତାଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ପରିବାର ବର୍ଗଙ୍କ ସହ ଆଲୋଚନା କରିଛନ୍ତି।ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ପିଡ଼ିତାକୁ ନ୍ୟାୟ ଦେବା ଏବଂ ଦୋଷୀକୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାପାଇଁ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷା ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ରାଜ୍ୟ ଉପାଧ୍ୟକ୍ଷା ସ୍ମୃତି ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ପ୍ରତିଭା ଶତପଥି, ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ, ମହିଳା ମୋର୍ଚ୍ଚା ମିଡିଆ ସେଲ ସଂଯୋଜିକା କସ୍ତୁରୀ ମିଶ୍ର, କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନା, ପାରାଦ୍ୱୀପ ବିଧାନସଭା ଅଞ୍ଚଳ ନେତ୍ରୀ ଶୈଳେନ୍ଦ୍ରୀ ଜେନା ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ଥିଲେ।/-ଦେବଦତ୍ତ ରଥ