Home ଜିଲ୍ଲା ପରିକ୍ରମା ଚୁନଟି ହାଇସ୍କୁଲରେ କାନ୍ତକବିଙ୍କ ୧୩୩ତମ ଜୟନ୍ତୀ ପାଳିତ

ଚୁନଟି ହାଇସ୍କୁଲରେ କାନ୍ତକବିଙ୍କ ୧୩୩ତମ ଜୟନ୍ତୀ ପାଳିତ

15

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମବହାପାତ୍ରଙ୍କ ‘୧୩୩ତମ ରାଜ୍ୟ ସ୍ତରୀୟ ଜୟନ୍ତୀ’ ସମାରୋହ ଚୁନଟି ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପ୍ରଥମ ଅଧିବେସନର ‘କବିତା ପଠୋତ୍ସବ’ର ସଭାପତି ସଦାନନ୍ଦ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ସାଇଲକ୍ଷ୍ମୀ ନାୟକ ସ୍ୱାଗତ ଭାଷଣ ଦେଇ ମଞ୍ଚ ଆହ୍ୱାନ କରିଥିଲେ ରବିନ୍ଦ୍ର କୁମାର ବେଉରିଆ ମୁଖ୍ୟଅତିଥି, ମହେନ୍ଦ୍ର ବାରିକ ମୁଖ୍ୟବକ୍ତା ଭୁବନମୋହନ ମହାନ୍ତି ଏବଂ ରବି କୁମାର ମହାନ୍ତି, ସନ୍ତୋଷ ଆଚାର୍ଯ୍ୟ ସମ୍ମାନିତ ଅତିଥିଭାବେ ଯୋଗାଦନକରି କାନ୍ତକବିଙ୍କ ଅମର ସାହିତ୍ୟକୃତିକୁ ସମୀକ୍ଷା କରିଥିଲେ । ପରେପରେ ଉକ୍ତ ସଭାରେ ମହେନ୍ଦ୍ର ନାଥ ମହାପାତ୍ର କାନ୍ତକବିଙ୍କ ସ୍ୱରଚିତ ‘ସବୁଥିରୁ ବଞ୍ଚିତକରି’ ସଂଗୀତ ଗାନ କରିଥିଲେ । ଉପସ୍ଥିତ ନାରାୟଣ ଚନ୍ଦ୍ର ପ୍ରଧାନ ସମେତ କବି, କବୟିତ୍ରୀ, ଗାଳ୍ପିକ, ବ୍ୟଙ୍ଗସାହିତ୍ୟିକମାନେ ସେମାନଙ୍କ କାନ୍ତକବିଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ କବିତା ପାଠ କରିଥିଲେ । ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚର ସଭ୍ୟ କଲ୍ଲୋଳ କୁମାର ଲେଙ୍କା ସଭାସଦବର୍ଗଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନ ପ୍ରାରମ୍ଭରେ ଶୁଭଉଦ୍‌ଘାଟନ ପରେ ବିଦ୍ୟାଳର ଛାତ୍ରୀଗଣ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଏହି ଲୋକାର୍ପଣ ଉତ୍ସବରେ ମଞ୍ଚର ସଭାପତି ଅଧିବକ୍ତା ନିରାକାର ଜେନଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଡ. ସୁଦର୍ଶନ ପଟ୍ଟନାୟକ ମୁଖ୍ୟଅତିଥି, ଡ. ରାମଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଓ ଅଧ୍ୟକ୍ଷ କୃପାସିନ୍ଧୁ ନାୟକ ସମ୍ମାନିତ ବକ୍ତାଭାବେ ଯୋଗଦାନ କରିଥିଲେ । ଗଗନବିହାରୀ ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ମଞ୍ଚ ସମ୍ପାଦକ ଉମାକାନ୍ତ ନାୟକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରାବନ୍ଧିକ ଅମରେଶ ବିଶ୍ୱାଳଙ୍କ ୨ଖଣ୍ଡ ପୁସ୍ତକ ‘ମନକୀ ବାତ’ ଓ ‘ବିଶ୍ୱ ଗବାକ୍ଷରେ ଭାରତ’ ଏବଂ ଗାଲ୍ପିକା ରେଣୁବାଳା ନାୟକଙ୍କ ଗଳ୍ପ ପୁସ୍ତକ ‘ଅକୁହା କଥା’ ସଭାରେ ଉନ୍ମୋଚିତ ହୋଇଥିଲା । ଡ. ରାମଚନ୍ଦ୍ର ପଣ୍ଡା, ଗଗନବିହାରୀ ରାଉତ, କୃପାସିନ୍ଧୁ ନାୟକ ଉକ୍ତ ପୁସ୍ତକ ଗୁଡିକୁ ସମୀକ୍ଷା କରିଥିଲେ । ପ୍ରାବନ୍ଧିକ ଅମରେଶ ବିଶ୍ୱାଳଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାକର ଖଟୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ଓ ମଞ୍ଚ ସାହିତ୍ୟର ସଭ୍ୟ ରତ୍ନାକର ସାମଲ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଭା ପରିଚାଳନା କରିବାରେ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.