Home ଜିଲ୍ଲା ପରିକ୍ରମା ଚୀର ଭାସ୍କର ‘ଭାସୁ’ ସ୍ମରଣିକା ଲୋକାର୍ପିତ ସହ ପ୍ରତିମୂର୍ତି ଉନ୍ମୋଚନ

ଚୀର ଭାସ୍କର ‘ଭାସୁ’ ସ୍ମରଣିକା ଲୋକାର୍ପିତ ସହ ପ୍ରତିମୂର୍ତି ଉନ୍ମୋଚନ

16

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ‘ସଚ୍ଚା ମଣିଷ’ ସ୍ୱର୍ଗତ ରବିନାରାୟଣ ନାୟକ ଙ୍କ ବାର୍ଷିକ ଉତ୍ସବ ସ୍ଥାନୀୟ ଭଦ୍ରକ ବ୍ଲକ ବେତଡା ପଂଚାୟତ ଠାରେ ଆଜି ସୋମବାର ଦିବା ୧ଘଟିକା ରେ ଅନୁଷ୍ଠିତ ହୋଇଯାଇଛି । ତ୍ୟାଗଭୂମି ସଭାପତି ଅଜୟ ନାୟକ ଙ୍କ ସଭାପତିତ୍ୱ ଓ ରବିନାରାୟଣ ଖିଲାର ଙ୍କ ସଂଯୋଜନା ରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାସୁ ଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଥିଲେ । ଏହି ଅବସରରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ, ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ବ୍ଲକ ଉପାଧ୍ୟକ୍ଷ ପୁଅ ସାମଲ,ଆଇନଜୀବୀ ମନୋଜ ରାୟ, କବୟତ୍ରୀ ସଂଯୁକ୍ତା ବଳ, ଗଛ ମଣିଷ ସଂଗଠନ ସଭାପତି ଅଶୋକ କୁମାର ନାୟକ,ଯୁବ ନେତା ଜ୍ୟୋତି ପ୍ରକାଶ ମହାନ୍ତି ଅନିତା ନାୟକ, କାଉନସିଲର ସ୍ୱାଗତିକା ନାୟକ, ଅରୁପ ନାୟକ, କୁନି ମହାନ୍ତି, ତପନ କୁମାର ନାୟକ, ଅନୁପ ନାୟକ ପ୍ରମୁଖ ଯୋଗଦେଇ କହିଲେ ଭାସୁ ବାବୁ ଜଣେ ନିର୍ବିକାର ବ୍ୟକ୍ତି ଥିଲେ, ଯିଏ ସାମାଜିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଜୀବନସାରା ଚେଷ୍ଟା କରିଥିଲେ ଏବଂ ସମ୍ପର୍କକୁ ଗୁରୁତ୍ୱ ଦେଉଥିଲେ ବୋଲି ସ୍ମୁତି ଚାରଣ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଚୀର ଭାସ୍କର ‘ଭାସୁ’ ସ୍ମରଣିକା ଲୋକାର୍ପିତ ହେବା ସହିତ, ପ୍ରତିମୂର୍ତି ଉନ୍ମୋଚନ ଓ ଗଛ ମଣିଷ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଭଣଜା ଅନିଲ କୁମାର ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.