Home ଜିଲ୍ଲା ପରିକ୍ରମା ଚୀନ ସୀମାନ୍ତରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ କଂଗ୍ରେସ କ୍ୟାଣ୍ଡେଲ ଶୋଭାଯାତ୍ରା

ଚୀନ ସୀମାନ୍ତରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ କଂଗ୍ରେସ କ୍ୟାଣ୍ଡେଲ ଶୋଭାଯାତ୍ରା

191

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚୀନ ଓ ଭାରତ ସୀମାରେ ଏବେ ଯୁଦ୍ଧ ଲାଗି ରହିଛି । ଏହି ଯୁଦ୍ଧରେ ଦେଶ ମାତୃକାର ରକ୍ଷା କରିବାକୁ ଯାଇ ଭାରତର ୨୦ଜଣ ଯବାନ ସହିଦ ହୋଇ ଯାଇଛନ୍ତି । ସୀମାର ଗାଲୱାନ ଭ୍ୟାଲିରେ ଦୁଇ ସେନାଙ୍କ ମଧ୍ୟରେ ଯୁଦ୍ଧ ଦେଶବାସୀଙ୍କ ପାଇଁ ଏକ ଆହ୍ୱାନ । ସହିଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ସେମାନଙ୍କ ମନୋବଳକୁ ଦୃଢ କରିବା ପାଇଁ ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଭଦ୍ରକ ବିଧାନସଭା କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ଆହ୍ୱାନରେ ଅନୁଷ୍ଠିତ ଏହି କ୍ୟାଣ୍ଡେଲ ଶୋଭଯାତ୍ରାରେ ଚୀନର ବର୍ବରୋଚିତ ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଥିଲା । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ଭଣ୍ଡାରିପୋଖରୀ ନେତା ସୁବ୍ରତ ଦାସ, ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାଁ, ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ସାମଲ, ପୀତବାସ ଧଳ, ଅନନ୍ତ ପଣ୍ଡା, ରାଜନ ଲାହା, ଅସ୍‌ରଫ୍ ଅଲ୍ଲୀ ଖାଁ, ଜୁଲଫୁକାର ଅଲ୍ଲୀ ଖାଁ, ବିଜୟ ବାରିକ, ଇଲିୟାସ ଖାଁ, ଜିକୁ ଖାଁ, ସେକ ନାଲୁ, ରିୟାଜ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.