Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ୧୩୪ ଆକ୍ରାନ୍ତ, ସୁସ୍ଥ ହେଲେ ୨୫୦

ଚିହ୍ନଟ ହେଲେ ୧୩୪ ଆକ୍ରାନ୍ତ, ସୁସ୍ଥ ହେଲେ ୨୫୦

53

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରୁ ଆଉ ନୂଆ କରୋନା ଆକ୍ରାନ୍ତ ୧୩୪ଜଣ ଚିହ୍ନଟ ହୋଇଛନ୍ତି । ହେଲେ ଏହି ସମୟ ମଧ୍ୟରେ ୨୫୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ଯାଇଛି । ଯାହା ଫଳରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଏ ପର୍ଯ୍ୟନ୍ତ ଜିଲ୍ଳାରୁ ମୋଟ ୧୩ହଜାର ୫୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ମୋଟ ସୁସ୍ଥ ହୋଇଛନ୍ତି ୧୦ହଜାର ୫୩୭ଜଣ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୩୦୦୨ । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର ଅରଣ୍ଡୁଆ, ବାଲିମୁଣ୍ଡା, ବିନାୟକପୁର, ଚୁଡାମଣି, ପଦ୍ମପୁର, ଲକ୍ଷ୍ମୀଦାସପୁର, ଏସ.ଏନ.ପୁରରୁ ମୋଟ ୭ଜଣ । ଚାନ୍ଦବାଲି ଏନ୍‌ଏସିର ୨, ୩,୫,୯ ନଂ ୱାର୍ଡରୁ ମୋଟ ୪ଜଣ, ବାସୁଦେବପୁର ପୌରପାଳିକାର ୩ନଂ ୱାର୍ଡରୁ ଜଣେ, ଧାମନଗର ଏନ୍‌ଏସିର ୧୧ନଂ ୱାର୍ଡ ଓ ଖଡିପଦା ଗ୍ରାମରୁ ମୋଟ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଚାନ୍ଦବାଲି ବ୍ଲକର ବିଜୟନଗର, ଭୁଇଁବୃତ୍ତି, ବାଲିପାଟଣା, ମତୋ, ହରିପୁର ଗ୍ରାମରୁ ୮ଜଣ, ତିହିଡ଼ି ବ୍ଲକର ମହରମପୁର, ଅଚକ, ବାମନବିନ୍ଧା, ବାରୋ, ବିଲଣା, ଫତେପୁର, ମାନସାହାଣି, କାଳିମେଘା, ସିନ୍ଦୋଳ ଗ୍ରାମରୁ ମୋଟ୧୦ଜଣ, ଭଣ୍ଡାରିପୋଖରୀ ବ୍ଲକର ଅଙ୍ଗାରଗଡ଼ିଆ, ଦକ୍ଷିଣବାଡ, ମହୁଲିଆସାହି, ନାମଗଡ଼ିଆ, ନେରଡା, ପାଟୁଳି, ରାଜେନ୍ଦ୍ରପୁର, ନାରାୟରପୁର, ଉତ୍ତରଗଡ଼ିଆ ଆଦି ଗ୍ରାମରୁ ୨୦ଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକ ପୌରପାଳିକାର ଜଗନ୍ନାଥପୁର, ଅପର୍ତ୍ତିବିନ୍ଧା, କୁଆଁସ, ନୂଆବଜାର, ଗବସାହି, ମାଧବନଗର ଆଦି ଅଞ୍ଚଳରୁ ୧୩ଜଣ, ବନ୍ତ ବ୍ଲକର ଆଡିଆ, କୁମ୍ଭକରାଳ, ରାଉତରାପୁର, ବଡମହିଷିଗୋଠ, ବଡବର୍ଚ୍ଚିକୟାଁ, ମହାନ୍ତିପଡା, ପୁରୁଷଣ୍ଢ, ବିରିଡି, ଗୋବିନ୍ଦପୁର, ନହୁଆ ଆଦି ଗ୍ରାମରୁ ୧୯ଜଣ, ଭଦ୍ରକ ବ୍ଲକର ବାଣିତିଆ, ସାମରାଇପୁର, ଗେଲଟୁଆ, ତୁମ୍ଭାପଦି, ରମ୍ଭିଳା, ସାବରଙ୍ଗ, ସମିଆ ଗ୍ରାମରୁ ମୋଟ ୧୪ଜଣ ଚିହ୍ନଟ ହୋଇଛନ୍ତି । ଧାମନଗର ବ୍ଲକର ଆର.ଡି.ପୁରରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଳା ଭାବେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ଓ ସିମୁଳିଆ ବ୍ଳକ ଅଞ୍ଚଳରୁ ୮ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାର ୨୫ଜଣ ଭଦ୍ରକ ଜିଲ୍ଲା ବାହାରେ ବିଭିନ୍ନ ହସ୍‌ପିଟାଲରୁ ୨୫ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.