Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ନୂଆ ୬୬ ଆକ୍ରାନ୍ତ : ପ୍ରଥମ ଥର ପାଇଁ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ...

ଚିହ୍ନଟ ହେଲେ ନୂଆ ୬୬ ଆକ୍ରାନ୍ତ : ପ୍ରଥମ ଥର ପାଇଁ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ଅଧିକ ହେଲେ

136

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାରୁ ଆଉ ୬୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ପ୍ରଥମ ଥର ପାଇଁ ଆଜି ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ହୋଇଛି । ୬୬ ଆକ୍ରାନ୍ତ ଚିହ୍ନଟ ବେଳେ ସୁସ୍ଥ ହୋଇଛନ୍ତି ୭୯ଜଣ ।ଏହା ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତ ଚିହ୍ନଟ ହେଲେ ୨୧୬୫ଜଣ । ସୁସ୍ଥ ହୋଇଛନ୍ତି ୧୧୮୭ ଏବଂ ଆକ୍ଟିଭ ଆକ୍ରାନ୍ତ ୯୭୨ ଅଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୨୭, ବାସୁଦେବପୁର ପୌରପାଳିକାରୁ ୭, ଭଦ୍ରକ ବ୍ଲକରୁ ଜଣେ, ବନ୍ତ ବ୍ଲକରୁ ୨, ଭଣ୍ଡାରିପୋଖରୀ ବ୍ଲକରୁ ଜଣେ, ଚାନ୍ଦବାଲିରୁ ୨୪ଜଣ, ଚାନ୍ଦବାଲି ଏନ୍‌ଏସିରୁ ଜଣେ, ଧାମନଗରରୁ ୧, ତିହିଡିରୁ ୧ ଏବଂ ଅନ୍ୟ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୀର୍ଘ ଦିନ ପରେ ଭଦ୍ରକ ପୌରପାଳିକାରୁ ଜଣେ ବୋଲି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଧାମନଗର ଏନ୍‌ଏସିରୁ ମଧ୍ୟ ଆଜି କେହି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.