Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ଜିଲ୍ଲାରୁ ୩୦୦ ଆକ୍ରାନ୍ତ, ସକ୍ରିୟ ସଂଖ୍ୟା ୨ ହଜାର ଟପିଲା

ଚିହ୍ନଟ ହେଲେ ଜିଲ୍ଲାରୁ ୩୦୦ ଆକ୍ରାନ୍ତ, ସକ୍ରିୟ ସଂଖ୍ୟା ୨ ହଜାର ଟପିଲା

48

ଭଦ୍ରକ,୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲ୍ଳାରୁ ଚିହ୍ନଟ ହେଲେ ଆଉ ୩ଶହ ନୂଆ ଆକ୍ରାନ୍ତ । ଫଳରେ ଏବେ ଜିଲ୍ଳାର ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ଅତିକ୍ରମ କରି ୨୨୦୨ ହୋଇଛି । ଯେତେବେଳେ କି ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୧୧ହଜାର ୭୯୯ ଏବଂ ସୁସ୍ଥ ହୋଇଛନ୍ତି ୯୫୬୫ । ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ପୌରପାଳିକା, ଭଦ୍ରକ ବ୍ଲକ, ତିହିଡି ବ୍ଲକ ଓ ଚାନ୍ଦବାଲି ବ୍ଲକର୧୦ଜଣ ଭୁବନେଶ୍ୱରର କିମ୍‌ସ୍ ଏବଂ କଟକର ଏସ୍‌ସିବି ମେଡିକାଲରେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ବନ୍ତ ବ୍ଲକର ନହୁଆ, ହରିପୁର, ଗଣିଜାଙ୍ଗ, ଓଡ଼ଙ୍ଗ, ବସନ୍ତିଆ, ରାଉତରାପୁର, ସୋନଗଡ଼ିଆ, ଜି.ପି.ପୁର, ପୁରୁଷଣ୍ଢ, ରାମଚନ୍ଦ୍ରପୁର, ମାଳତୀରା ପ୍ରଭୃତି ଗ୍ରାମରୁ ୨୭ଜଣ, ଚାନ୍ଦବାଲି ବ୍ଲକର ପୋଖରିଆସାହି, ମଉସୁଧା, ବିଜୟନଗର, ଧାମରା, ଭାଟପଡ଼ା, ନଳଗୋହିରା, ବାଜରାପୁର, ଜଳେଶ୍ୱରପୁର, ଯଶିପୁର, ପାଣୁଆଡିଆ, ଶାସନ, ଇଟୁଆ, ସାନଓସ୍ତିଆ, ତେନ୍ତୁଲିଡିହା, ରାଇଘରପୁର, ମୃଗନୟନୀ, କରଞ୍ଜମାଳ, ବାହାଡିହା, ହେଙ୍ଗୁପତି ଆଦି ଗ୍ରାମରୁ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭଣ୍ଡାରିପୋଖରୀ ବ୍ଲକର ନିର୍ଗୁଣ୍ଡି, ବୟାଁବନାପୁର, ନଗୁଆଁ, ବନସାହି, ମହୁରା, କୋଟଶିରା, ତୋଡଗାଁ ଗ୍ରାମରୁ ୯ଜଣ, ବାସୁଦେବପୁର ବ୍ଲକର ତେନ୍ତୁଳା, ନନ୍ଦପୁର, ଇରମ, ବ୍ରାହ୍ମଣୀଗାଁ, ବଚ୍ଛଦା, ଦହିବାମପୁର, ପଦ୍ମପୁର, ସୁଦର୍ଶନପୁର, ବାଲିମୁଣ୍ଡା, କରଞ୍ଜଆଡିଆ ପ୍ରଭୃତି ଗ୍ରାମରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ପୌରପାଳିକାର ୧୨ନଂ ୱାର୍ଡ ଓ ୧୪ ନଂ ୱାର୍ଡରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ତିହିଡି ବ୍ଲକର ବୀରବରପୁର, କୁବେରା, ଅଚକ, ମାଟିଆସାହି, ବୋଡକ, ଦୋଳସାହି, ଗଦାଧରପୁର, ପୀରହାଟ, ବାରୋ, ମଙ୍ଗରାଜପୁର, ବିଲଣା, ଗୁଆମାଳ, କାଁପଡା, କୋହ୍ଲ, ମୁକୁନ୍ଦପୁର, ହାଟୁଆରି, ଝିଙ୍କିରିଆ, ସିନ୍ଦୋଳ, ତୋଟାପଡା, ମହରମପୁର, ତଳଗୋପବିନ୍ଧା, ବାରସର, ରାଜନଗର, ଗୋବିନ୍ଦପୁର, ସାମନ୍ତରାୟପୁରରୁ ମୋଟ ୫୫ଜଣ ଚିହ୍ନଟ ହୋଇଛନ୍ତି ।

ଧାମନଗର ବ୍ଲକର ଅର୍ଜୁନପୁର, ଦଇପୁର, ଦଳାଙ୍ଗ, ବି.ଜି.ପୁର, କୋଠାର, ତେନ୍ତୁଳିଗାଁ, କୋରୁଆ, ସାହାସପୁର, ଆମ୍ବିଳିଗାଁ, ପଳିକିରି, ଲୋକନାଥପୁର, ଷୋଳଗାଁ, ସାହାଡା, ମଣିନାଥପୁର ଗ୍ରାମରୁ ୨୬ଜଣ ଚିହ୍ନଟ ହୋଇଥିବା ବେଳେ ଧାମନଗର ଏନ୍‌ଏସିର ୨ଟି ୱାର୍ଡ ୩ ଓ ୪ରୁ ୪ଜଣ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ଏନ୍‌ଏସିର ଗୋଲାଡିଆ ଗ୍ରାମରୁ ୩ଜଣ, ଭଦ୍ରକ ପୌରପାଳିକାର ନିଳକଣ୍ଠପୁର, ନୂଆବଜାର, ସନ୍ଥିଆ, କଦମବେଢା, ଚନ୍ଦନବଜାର, ବାଇପାସ୍‌, ଉତ୍ତରବାହିନୀ, ଜଗନ୍ନାଥପୁର, ଚରମ୍ପା, ଛଡାକମହଲା, ପୁରୁଣାବଜାର, ଅପର୍ତ୍ତିବିନ୍ଧା, ଗବସାହି, କୁଆଁସ ଗ୍ରାମରୁ ୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ବ୍ଲକର ସାମରାଇପୁର, ପଦ୍ମପୁର, ଏରଡା, ରାନ୍ଦିଆ, ବାଉଦପୁର, ରାଣିତାଲ, ଚୁନିଦା, ଶ୍ରୀଧରପୁର, ବାଲିବିଲି, ନାଲଗରା, ରାହାଞ୍ଜ, ଚଣ୍ଡିଗାଁ, ସାମି, ବନ୍ଧଗାଁ, ବେନ୍ତାଳ, ବିଷ୍ଣୁପୁରବିନ୍ଧା, ଚରମ୍ପା, କମଳାପୁର, ମଉଦା, କୋଡବୋରୁଁଆ, ଓ କାଠୁଆସାହିରୁ ୪୪ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ଜଣ ଆକ୍ରାନ୍ତ ଭଦ୍ରକରୁ ଚିହ୍ନଟ ହୋଇଛନ୍ତିି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.