Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ଆଉ ନୂଆ ୯୧ ଆକ୍ରାନ୍ତ, ୪ଟି ଗ୍ରାମ କଣ୍ଟେନମେଣ୍ଟ ଜୋନ

ଚିହ୍ନଟ ହେଲେ ଆଉ ନୂଆ ୯୧ ଆକ୍ରାନ୍ତ, ୪ଟି ଗ୍ରାମ କଣ୍ଟେନମେଣ୍ଟ ଜୋନ

19

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ୪୩ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ସକ୍ରିୟ ସଂଖ୍ୟା ୭୪୨ରେ ପହଞ୍ଚିଛି । ମୋଟ ୩ ଲକ୍ଷ ୪୩ ହଜାର ୬୩୭ଜଣଙ୍କ ନମୁନା ପରୀକ୍ଷା ପରେ ଜିଲାର ମୋଟ ଆକ୍ରାନ୍ତ ସଂଖ୍ୟା ୮ହଜାର ୭୦୩ ହୋଇଥିବା ବେଳେ ମୋଟ ସୁସ୍ଥ ହୋଇଛନ୍ତି ୭ ହଜାର ୯୩୩ଜଣ । ଯେଉଁ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ଏମ୍‌ସ୍ ହସ୍‌ପିଟାଲରେ ୩ଜଣ, ସମ୍ ହସ୍‌ପିଟାଲରେ ୨ଜଣ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ବ୍ଲକର ଆର୍ତ୍ତୁଂ, ଅରଣ୍ଡୁଆ, ଗୁଆଗଡ଼ିଆ ଓ ମାଟିପକା ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବାସୁଦେବପୁର ପୌରପାଳିକାର ୪ ନଂ ୱାର୍ଡ ଓ ୨ ନଂ ୱାର୍ଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଲକର ଚୁନିଦାରୁ ୨ଜଣ, ରାନ୍ଦିଆ ଗ୍ରାମରୁ ୫ଜଣ, ଭଦ୍ରକ ବ୍ଲକରୁ ୪ଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକ ପୌରପାଳିକାର ୨୯ ନଂ ୱାର୍ଡ ଗରଦପୁରରୁ ୩ଜଣ, ୧୦ ନଂ ୱାର୍ଡ ଜଗନ୍ନାଥପୁର ଗ୍ରାମରୁ ଜଣେ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧାରୁ ଜଣେ, ୯ ନଂ ୱାର୍ଡ ବନ୍ତ ଛକରୁ ୨ଜଣ, ବନ୍ତ ବ୍ଲକର ପଦି ଗ୍ରାମରୁ ୭ଜଣ, ସିଲନ୍ଦି ଗ୍ରାମରୁ ୨ଜଣ, ନରାଜପୁରରୁ ଜଣେ, ଛୟାଳସିଂରୁ ଜଣେ, ଗୋପିନାଥପୁରରୁ ୬ଜଣ, ପୁରୁଷଣ୍ଢରୁ ୨ଜଣ, ମହାନ୍ତିପଡ଼ାରୁ ଜଣେ, ପାନପଦୀରୁ ୨ଜଣ, ବାରିକପୁରରୁ ଜଣେ, ଚାନ୍ଦବାଲି ବ୍ଳକର ଧାମରା, ଶଶିକାଦେଇପୁର, ବହୁଗାଁ, ସାନଓସ୍ତିଆ, ପୋଖରୀସାହି ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିଭଳି ଚାନ୍ଦବାଲି ଏନ୍‌ଏସିର ୧୧ ନଂ ୱାର୍ଡ ବାଲିଗାଁ ଗ୍ରାମରୁ ଜଣେ, ଭଣ୍ଡାରିପୋଖରୀ ବ୍ଳକ ବୟାଁବନାପୁର ଗ୍ରାମରୁ ୩ଜଣ, ଜଳମଣ୍ଡୁଆ ଗ୍ରାମରୁ ଜଣେ, କଣ୍ଟି ଗ୍ରାମରୁ ଜଣେ, ମଞ୍ଜୁରିରୋଡରୁ ଜଣେ, ଡଗରପଡା ଗ୍ରାମରୁ ୨ଜଣ, ମିଟୁଆଣିରୁ ଜଣେ, ମରେଇକଣା ଗ୍ରାମରୁ ଜଣେ, ସରସଦା ଗ୍ରାମରୁ ୩ଜଣ, କୁଲଣା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଧାମନଗର ବ୍ଳକର ବାବୁରିଗାଁ, ଜାହାଙ୍ଗିର, ଧୁଷୁରୀ, କାସିମପୁର, ଖଡ଼ିପଦା, ରଘୁନାଥପୁର, ଷୋଳଗାଁ ଗ୍ରାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷୋହଡା ଗ୍ରାମରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଦୃତ ସଂକ୍ରମଣକୁ ନଜରରେ ରଖି ଜିଲ୍ଲାପାଳ ଡ. ଜ୍ଞାନ ଦାସ ବାସୁଦେବପୁର ବ୍ଳକ ଅନ୍ତର୍ଗତ ବିନାୟକପୁର ପଞ୍ଚାୟତର ଖରିଦା ବିନାୟକପୁର ଓ ବାଗଦା ବିନାୟକପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ, ଭଦ୍ରକ ବ୍ଲକର ହରିପୁର ପଞ୍ଚାୟତର ଲାଙ୍ଗୁଡି ମହାଦେବସାହି, ଚାନ୍ଦବାଲି ବ୍ଳକର ଘଟପୁର ପଞ୍ଚାୟତର ହେଙ୍ଗୁପତି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.