ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଶ୍ରୀରାମପୁର ଗ୍ରାମର ଚିରଞ୍ଜିବୀ ଦାସଙ୍କୁ ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ପ୍ରେରଣା ସମ୍ମାନରେ ସମ୍ମାନିତ କରାଯାଇଛି । ଅଧୁନା ସେ ବାଲେଶ୍ୱର ଜିଲ୍ଲା କୁପାରୀ ହରେକୃଷ୍ଣ ମହତାବ ମହାବିଦ୍ୟାଳୟର ଅଧ୍ୟାପକ ଅଛନ୍ତି । ଗତ ୭ ତାରିଖ ଭୁବନେଶ୍ୱରର ବିପିନ୍ ବିହାରୀ ଚୌଧୁରୀ ଅନ୍ଧ ମୂକ ବଧିର ସ୍କୁଲ୍ ପରିସରରେ ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ ପାଳିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ମଂଚ ସଂଯୋଜନାରେ ନନ୍ଦିନୀ ଟିଭିର ପରିଚାଳନା ନିର୍ଦ୍ଦେଶକ ହେମନ୍ତ ରଥ ସଭାକୁ ଅଧ୍ୟକ୍ଷତା କରିଥିଲେ । ସମାଜର ଡ.ପ୍ରଭାସ ଆଚାର୍ଯ୍ୟ,ହାଇଟେକ୍ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ତିରୁପତି ପାଣିଗ୍ରାହୀ, ବ୍ରିଙ୍ଗ୍ ସ୍ମାଇଲର ଅଧ୍ୟକ୍ଷା ସୁଚରିତା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ମହୋତ୍ସବ ଅବସରରେ ସମସ୍ତଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସକୁ ସାଧୁ ଉଦ୍ୟମ ବୋଲି କହିଥିଲେ । ଏହି ଅବସରରେ ଅଧ୍ୟାପକ ଚିରଞ୍ଜିବୀଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରକାଶଯେ ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀ ଚରଞ୍ଜିବୀ ଜାତୀୟ ଦୃଷ୍ଟିହୀନ ମହାସଂଘର ଓଡିଶା ଶାଖା ଉପ-ସଭାପତି ପଦବୀରେ ରହି ସେବା କାର୍ଯ୍ୟ କରି ଆସୁଥିଲେ । ତାଙ୍କର ଅଦମ୍ୟ ସାହସକୁ ଅଂଚଳବାସୀ ଭୁରି ଭୁରି ପ୍ରଶଂସା କରିଥିବା ବେଳେ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।








