Home ଜିଲ୍ଲା ପରିକ୍ରମା ଚିତ୍ରଶିଳ୍ପୀ ଓ କବି ଅଶୋକ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ, ଚିତ୍ର ଓ କବିତାରେ ଫୁଟି...

ଚିତ୍ରଶିଳ୍ପୀ ଓ କବି ଅଶୋକ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ, ଚିତ୍ର ଓ କବିତାରେ ଫୁଟି ଉଠୁଥିଲା ପ୍ରେମ ଉଚ୍ଛ୍ୱାସ

31

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ପାଳିଆବିନ୍ଧା ଗ୍ରାମରେ ଶନିବାର ଅଶୋକ ମହାନ୍ତି ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ଚିତ୍ରଶିଳ୍ପୀ ଓ କବି ଅଶୋକ କୁମାର ମହାନ୍ତିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବର ପ୍ରଥମ ସୋପାନରେ ପାଳିଆବିନ୍ଧା ସ୍ଥିତ କଳା ଭବନ ପରିସରରେ ସ୍ୱର୍ଗତ ମହାନ୍ତିଙ୍କ ପ୍ରତିମୂର୍ତ୍ତିକୁ ଅତିଥିମାନେ ଅନାବରଣ କରିଥିଲେ । ପରେ ଡା. ଦୁର୍ଯ୍ୟୋଧନ ଦାସଙ୍କ ସଞ୍ଚାଳନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଡ.ପ୍ରହ୍ଲାଦ ଚରଣ ମହାନ୍ତି, ମୁଖ୍ୟ ବକ୍ତା ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ, ବରେଣ୍ୟ ଅତିଥି ପୂର୍ବତନ ରାଜସ୍ୱ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ବରିଷ୍ଠ କବି ଡ. ହରିଶ୍ଚନ୍ଦ୍ର ବେହେରା ଓ ଡ.ଶଶଧର ଦାସ, ବରିଷ୍ଠ କବି ଶ୍ରୀଦେବ, ଡ. ମନିନ୍ଦ୍ର ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କଥାକାର ପବିତ୍ର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ସମାଜସେବୀ ବସନ୍ତ କୁମାର ନାୟକ ଯୋଗ ଦେଇ ଅଶୋକଙ୍କ ଚିତ୍ର ଓ କବିତାରେ ଫୁଟି ଉଠୁଥିଲା ପ୍ରେମ ଉଚ୍ଛ୍ୱାସ ବୋଲି ମତବ୍ୟକ୍ତ କରିଥିଲେ ।

ସର୍ବୋପରି ସେ ଜଣେ ସ୍ନେହୀ ଓ ଶ୍ରଦ୍ଧାଶୀଳ ବ୍ୟକ୍ତି ଭାବରେ ସମସ୍ତଙ୍କ ନିକଟରେ ପ୍ରିୟଭାଜନ ହୋଇପାରିଥିଲେ ବୋଲି କହିଥିଲେ । ଏହି ଅବସରରେ ସ୍ମାରକୀ ଗ୍ରନ୍ଥ ‘ଅଶୋକାୟନ’କୁ ଅତିଥିମାନେ ଲୋକାର୍ପଣ କରିଥିଲେ । ସଂସଦ ପକ୍ଷରୁ ଚିତ୍ରଶିଳ୍ପୀ କେଶୁ ଦାସ, ଶିକ୍ଷୟିତ୍ରୀ ଅବନ୍ତୀ ପୁହାଣ ଓ କବି କିଶୋର ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କବି ଡ.ଅବନୀ ପ୍ରଧାନ, ଡ. ରାଧାରାଣୀ ମହାପାତ୍ର, ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ କାଳିପଦ ପଣ୍ଡା ଓ ଭରତ ଚନ୍ଦ୍ର ଦାସ, କଥାକାର ନିବାରଣ ଜେନା ଓ ଚନ୍ଦ୍ରମୋହନ ମହାପାତ୍ର, ପ୍ରାଧ୍ୟାପକ କୀର୍ତ୍ତନ ଦାସ, ବିପିନ ବିହାରୀ ବିଶ୍ୱାଳ, ଅରୁଣ ଖିଲାର, ବିପିନ ବିହାରୀ ବିଶ୍ୱାଳ, ଶ୍ରୀହର୍ଷ ସ୍ୱାଇଁ, ବାଦଲ ମହାପାତ୍ର, ନାଟ୍ୟଶ୍ରୀ ନିର୍ମଳ ରାଉତ, ପି. ହୃଷିକେଶ, ସୁଧାରଂଜନ ମହାନ୍ତି, ଆଶୁତୋଷ କରଣ, ରବିକୁମାର ମହାନ୍ତି, ପ୍ରଦୀପ୍ତ ମହାନ୍ତି, ବିକାଶ ଶତପଥି ପ୍ରମୁଖ ବହୁ କବି, ଚିତ୍ରଶିଳ୍ପୀ ଓ ସାହିତ୍ୟିକ ସ୍ୱର୍ଗତ ମହାନ୍ତଙ୍କ ସ୍ମୃତି ଚାରଣ କରିଥିଲେ । ସୁଶ୍ରୀସଙ୍ଗୀତା ମହାପାତ୍ର ବେଦପାଠ ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷାବିତ ଅରୁଣ ମହାନ୍ତି ଧନ୍ୟବାଦ ଦେଇଥିଲେ । ସାମାଜିକ କର୍ମୀ ଅଜୟ ମହାନ୍ତି, ଅଶ୍ୱିନୀ ମହାନ୍ତି, ଅଞ୍ଜଳି ମହାନ୍ତି, ଲକ୍ଷ୍ମୀନାରାୟଣ ମହାନ୍ତି, ଦୀପକ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.