Home ଓଡ଼ିଶା ଚିତ୍ତରଂଜନଙ୍କ ସନ୍ଦେହ ଜନକ ମୃତ୍ୟୁ, କ୍ରାଇମବ୍ରାଞ୍ଚ ତଦନ୍ତ ଅପ୍‌ଡେଟ୍‌

ଚିତ୍ତରଂଜନଙ୍କ ସନ୍ଦେହ ଜନକ ମୃତ୍ୟୁ, କ୍ରାଇମବ୍ରାଞ୍ଚ ତଦନ୍ତ ଅପ୍‌ଡେଟ୍‌

27

ପୁରୀ, ୧୮।୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବହୁ ଚର୍ଚ୍ଚିତ ବ୍ରହ୍ମଗିରିର ଚିତ୍ତରଂଜନ ପଲେଇଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ତେବେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପୁରୀ ଗସ୍ତ କରି ପୁରୀ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ ସହିତ ଆଲୋଚନା କରି ତଦନ୍ତ ର ଅଗ୍ରଗତି ର ସମୀକ୍ଷା କରିଛନ୍ତି। ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ କିଛି ଅଟକ ବ୍ୟକ୍ତିଙ୍କ ଲାଏ ଡିଟେକ୍ସନ ଟେଷ୍ଟ କ୍ରାଇମବ୍ରାଞ୍ଚ କରିବ ବୋଲି ଏଡିଜି କହିଛନ୍ତି। ତେବେ ତଦନ୍ତରେ ଭଲ ଅଗ୍ରଗତି ଘଟିଛି। ଘଟଣାର ନିଷ୍କର୍ଷ ଖୋଲିବା ନେଇ କ୍ରାଇମବ୍ରାଞ୍ଚ ସମସ୍ତ ଉଦ୍ୟମ କରୁଥିବା ଏଡିଜି କହିଛନ୍ତି। ଦରକାର ପଡ଼ିଲେ ଏହି ତଦନ୍ତ ନେଇ ଯେଉଁ ବ୍ୟକ୍ତିଙ୍କ ଭୂମିକା ଆସିବ ସେମାନଙ୍କୁ ଜେରା କରାଯିବ। ତେବେ ସଂଜୟ ଦାସ ବର୍ମାଙ୍କୁ ଜେରା ପ୍ରସଙ୍ଗରେ ପ୍ରଶ୍ନ କ୍ରାଇମବ୍ରାଞ୍ଚ ଏଡିଜି ଏଡାଇ ଦେଇଛନ୍ତି। କେବେ ମୃତ୍ୟୁ ଘଟଣାର ରହସ୍ୟ ଲୋକ ଲୋଚନକୁ ଆସିବ ସେ ନେଇ ଏଡିଜି କହିଛନ୍ତି ଏ ନେଇ କିଛି ଦିନ ସମୟ ଲାଗିବ। ସବୁକିଛି ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏହାର ଖୁଲାସା କରିବ। ତେବେ କ୍ରାଇମବ୍ରାଞ୍ଚ ଏଡିଜି ଚିତ୍ତଙ୍କ ମୃତ ଦେହ ମିଳିଥିବା ସ୍ଥାନ ପରିଦର୍ଶନ କରିବାକୁ ଯିବା ରହିଛି। ସେହିପରି ମୃତକ ଙ୍କ ପରିବାର ଲୋକ ଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ମଧ୍ୟ ଭେଟିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.