Home Top News ଚିତ୍ତରଂଜନଙ୍କ ମୃତ୍ୟୁରେ ସଞ୍ଜୟ ଦାଶବର୍ମାଙ୍କ ସମ୍ପୃକ୍ତିକୁ ନେଇ ଏମିତି କହିଲେ ପରିବାର ଲୋକେ

ଚିତ୍ତରଂଜନଙ୍କ ମୃତ୍ୟୁରେ ସଞ୍ଜୟ ଦାଶବର୍ମାଙ୍କ ସମ୍ପୃକ୍ତିକୁ ନେଇ ଏମିତି କହିଲେ ପରିବାର ଲୋକେ

51

ପୁରୀ, ୧୪।୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲେଇଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପୁରୀ ପୋଲିସ ତଦନ୍ତ କରୁଛି। ତେବେ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ତୁଷ୍ଟ ନାହାନ୍ତି ମୃତକଙ୍କ ପରିବାର ଲୋକ। ଘଟଣା ୩ ଦିନ ବିତି ଯାଇ ଥିଲେ ମଧ୍ୟ ମୁଖ୍ୟ ଆସାମୀକୁ ପୋଲିସ ଧରି ପାରି ନାହିଁ। ମୃତ୍ୟୁର ପ୍ରକୃତ କାରଣ ମଧ୍ୟ ପୋଲିସ ବି କିଛି ଜାଣି ପାରୁନି। ଏଣୁ ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁ ବୋଲି ମୃତକ ଚିତ୍ତ ରଂଜନ ପଲେଇଙ୍କ ପରିବାର ଲୋକ ଦାବି କରିଛନ୍ତି।

ଆଜି ଚିତ୍ତ ରଂଜନଙ୍କ ବଡ଼ ବାପା, ଭଉଣୀ ପୁରୀ ଏସ୍ପିଙ୍କୁ ଭେଟି ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିବା ସହ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ଏସ୍ପିଙ୍କ ନିକଟରେ ଦାବି କରିଛି। ମୃତକଙ୍କ ପରିବାର ଲୋକଙ୍କ ସହ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସ ବର୍ମା ମଧ୍ୟ ଆସି ଏହି ଦାବି ରଖିଛନ୍ତି। ସେପଟେ ପୁରୀ ଏସ୍ପି କହିଛନ୍ତି ଘଟଣାକୁ ତଦନ୍ତ ଜାରି ରହିଛି। ବିଭିନ୍ନ ଦିଗକୁ ତଦନ୍ତ କରାଯାଉଛି। ଏଣୁ କାହାକୁ ଜେରା କରାଯାଉଛି, କଣ ପ୍ରମାଣ ମିଳିଛି ତାହା ଏବେ ତଦନ୍ତର ଗୋପନୀୟତା ଦ୍ରୁଷ୍ଟିରୁ ପ୍ରକାଶ ସମ୍ଭବ ନୁହେଁ। ତେବେ ପୁରୀ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ସମସ୍ତ ଚେଷ୍ଟା କରୁଛି ବୋଲି ପୁରୀ ଏସ୍ପି କହିଛନ୍ତି।

ସେପଟେ ଏହି ମୃତ୍ୟୁ ଘଟଣାରେ ସଂଜୟ ଦାସ ବର୍ମାଙ୍କ ସମ୍ପୃକ୍ତି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି ମୃତକଙ୍କ ଭଉଣୀ। ସେ କହିଛନ୍ତି ମୃତ ଚିତ୍ତ ରଂଜନଙ୍କ ପତ୍ନୀ ମାନସିକ ଦୁଶ୍ଚିନ୍ତାରେ ଥିବା ବେଳେ ସେ ପ୍ରକୃତ କଥା ନ ବୁଝି ସଂଜୟ ଦାସ ବର୍ମାଙ୍କ ନା ଭୁଲରେ କହି ଦେଇଛନ୍ତି।

ପ୍ରକୃତରେ ଚିତ୍ତ ରଂଜନଙ୍କ ମୃତ୍ୟୁ କଥା ଶୁଣିଲେ କାଳେ ତାଙ୍କ ପତ୍ନୀ ମାନସିକ ଭାରସମ୍ୟ ହରାଇ କୌଣସି ଅଘଟଣ ହେବା ଆଶଙ୍କାରେ ସଂଜୟ ଦାସ ବର୍ମା କହିଥିଲେ ତାଙ୍କ ସ୍ୱାମୀଙ୍କୁ ନେଇ ସେ ଘରେ ପହଞ୍ଚିବେ। କିନ୍ତୁ ପରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଚିତ୍ତ ରଂଜନ ପତ୍ନୀ ଏକ ଭୁଲ ବୁଝାମଣାରେ ସଂଜୟ ଦାସ ବର୍ମାଙ୍କ ନା ନେଇ ଥିଲେ ଏହି ମୃତ୍ୟୁ ଘଟଣା ପାଇଁ। ତେବେ ଚିତ୍ତ ରଞ୍ଜନଙ୍କ ମୃତ୍ୟୁ ଘଟଣାରେ ସଂଜୟ ଦାସ ବର୍ମାଙ୍କ କୌଣସି ଭୂମିକା ନ ଥିବା ମୃତ ଚିତ୍ତ ରଂଜନଙ୍କ ଭଉଣୀ ଗଣମାଧ୍ୟମ ଆଗରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.