Home ଓଡ଼ିଶା ଚିଙ୍ଗୁଡ଼ି ଚାଷୀଙ୍କ ଉପରକୁ ଗୁଳିମାଡ କଲେ ଦୁର୍ବୃତ୍ତ

ଚିଙ୍ଗୁଡ଼ି ଚାଷୀଙ୍କ ଉପରକୁ ଗୁଳିମାଡ କଲେ ଦୁର୍ବୃତ୍ତ

124

ଭଦ୍ରକ,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଛକ ନିକଟରେ ବିଳମ୍ବିତ ରାତ୍ରୀରେ ଚିଙ୍ଗୁଡ଼ି ଚାଷୀଙ୍କ ଉପରକୁ ବୋମା ମାଡ଼ ହୋଇଛି । ଏହି ବୋମା ମାଡ଼ରେ ୨ ଜଣ ଚିଙ୍ଗୁଡ଼ି ଚାଷୀ ଗୁରୁତର ଆହାତ ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଜଣଙ୍କୁ ଭଦ୍ରକ ଓ ଅନ୍ୟଜଣଙ୍କୁ କଟକ ସ୍ଥାନାନ୍ତର କରାଯାିଛି । ଏହି ବୋମା ମାଡ଼ର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଖବର ପାଇ ଘଟଣା ସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୋମା ମାଡ଼ରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଗୈରହରୀ ମାଝୀ ଏବଂ ବସନ୍ତ ସାମଲ । ବୋମା ମାଡ଼ ସ୍ଥାନରେ ଏକ ମୋଟର ସାଇକେଲର କିଛି ଅଂଶ ନଷ୍ଟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.