ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟର ଏକ ଭିନ୍ନ ସ୍ୱର , ଚା କପ୍ ରେ କବିତାର ଝଡ଼ । ସମ୍ଭାବନା ସାହିତ୍ୟ ସଂଗଠନ ତରଫରୁ ଭଦ୍ରକର ମୁଖ୍ୟ ପୋଷ୍ଟ ଅଫିସ ଛକ ଚା ଖଟିରେ ସଂଗଠନର ସମ୍ପାଦକ କବି ଋତୁରାଜ ଅକ୍ଷୟଙ୍କ ସଂଯୋଜନାରେ ଏକ ନିଆରା ଭାବରେ ଆୟୋଜିତ କବିତା ଆସରରେ ଉତର ଓଡିଶାର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଅଟଳ ବିହାରୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ବାଦର ଜିଲ୍ଲା ପ୍ରତିନିଧି ଡ. ହରିହର ନାୟକ ସଭାରେ ସଭାପତିତ୍ୱ କରିଥିଲେ । ଏହି ଅସରରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର, କବି ବିଜୟ ଜେନା , ବରିଷ୍ଠ ଆଇନଜୀବୀ ଅତିଶ ବେହେରା , ପ୍ରେମ ପୃଥିବୀର ସଂପାଦକ କୈଳାସ ଚନ୍ଦ୍ର ପଣ୍ଡା, କବୟତ୍ରୀ ପ୍ରୀତିଲତା ପଣ୍ଡା, କବୟିତ୍ରୀ ଶ୍ରଦ୍ଧା ମିଶ୍ର, କବି ଜଗନ୍ନାଥ ରାଉତ, ଶଶାଙ୍କ ଶେଖର ପଣ୍ଡା, କବି ଅରୂପାନନ୍ଦ ନାୟକ, ଭଦ୍ରକ ବାର ଆସୋସିଏସନର ପୂର୍ବତନ ସଭାପତି ବିଷ୍ନୁ ମହାପାତ୍ର, କ୍ୟାପଟେନ ଓଁକାର, ଅମରେନ୍ଦ୍ର ବିଶ୍ୱାଳ, ସାମ୍ବାଦିକ ଗୌରହରି ନାୟକ, ସାମ୍ବାଦିକ ପାର୍ଥ ସାରଥୀ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଏକ ପଦି କବିତା ପାଠ କରିଥିଲେ । ଭଦ୍ରକରେ ଏହା ଏକ ନିଆରା ଢଙ୍ଗରେ କବିତା ଆସର ଅନୁଷ୍ଠିତ ହୋଇଥିଲା ।








