ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଙ୍କ ଚାଷୀ ମାରଣ ନୀତି ଓ ଚାଷୀଙ୍କ ସମସ୍ୟା ସମ୍ବନ୍ଧିତ ବୈଠକ ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଜୁ କୃଷକ ସାମ୍ମୁଖ୍ୟ ତରଫରୁ ଚାଷୀ ଭାଇ କୃଷକ ବନ୍ଧୁ ମାନଙ୍କ ମୈଳିକ ସମସ୍ୟା ର ସମାଧାନ ସହ ସରକାରୀ ସହାୟତା ସମେତ ସରକାର ଙ୍କ ରିହାତି ମୁଲ୍ୟରେ ସମଗ୍ର ଚାଷ ସାମଗ୍ରୀ ବିନା ବାଟମାରଣା ଓ ପ୍ରତିବନ୍ଧକ ରେ ପ୍ରକୃତ ହିତାଧିକାରୀ ତଥା କୃଷକ ବନ୍ଧୁ ମାନଙ୍କ ପାଖରେ ପହଂଚାଇବା, ରାଜ୍ୟ ରେ କେତେକ ଅଂଚଳରେ ଅସାଧୁ ବ୍ୟକ୍ତି ମାନଙ୍କ ପାଇଁ ଅଚଳ ହୋଇ ରହିଥିବା ସମବାୟ ସମିତି ର କାର୍ଯ୍ୟାଳୟ କୃଷକ ବନ୍ଧୁ ମାନଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ଆଗାମୀ ଦିନରେ ବିଜୁ କୃଷକ ସାମ୍ମୁଖ୍ୟ ପକ୍ଷରୁ ରାଜଧାନୀ ର ରାଜରାସ୍ତା ଠାରୁ ଆରମ୍ଭ କରି ଗ୍ରାମ ପଂଚାୟତ ପର୍ଯ୍ୟନ୍ତ ଲଢ଼େଇ କରିବା ନେଇ ସୂଚନା ଦେଇଛନ୍ତି ବିଜୁ କୃଷକ ସାମ୍ମୁଖ୍ୟ ର ନେତୃ ମଣ୍ଡଳୀ,ବିଜୁ ଜନତା ଦଳ ରାଜ୍ୟ ସ୍ତରୀୟ ନେତୃମଣ୍ଡଳୀ ଙ୍କ ସମେତ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଦୁଇ ଗୋଟି ବ୍ଲକ୍ ରେ ୭୩ % ଜନସାଧାରଣ ଚାଷ ଉପରେ ନିର୍ଭର କରନ୍ତି ବନ୍ତ ବ୍ଲକ୍ ରେ ୪ ରୁ ୫ ଟି ସମବାୟ ସମିତି କାର୍ଯ୍ୟାଳୟ କିଛି ମନ୍ଦ ପ୍ରକୃତିର ଲୋକ କାର୍ଯ୍ୟ ନକରାଇ ଦେବା ସଫଳ ଚାଷୀ ସରକାରୀ ସହାୟତା ସୁବିଧା ସୁଯୋଗ ପାଇବାରୁ ବଂଚିତ ହୋଇଛନ୍ତି ବୋଲି ମତପ୍ରକାଶ କରିଥିଲେ। ଏ ନେଇ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବା ନେଇ ମତାମତ ପ୍ରକାଶ କରିଛନ୍ତି । ଏଥିରେ ବିଜୁ ଜନତା ଦଳର ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ସଭାପତି ଓ ବିଜୁ କୃଷକ ସାମ୍ମୁଖ୍ୟ ର ନେତୃତ୍ୱ ଉପସ୍ଥିତ ଥିଲେ।








