![SANJUKTA KRUSAKA MORCHA](https://odiapua.com/wp-content/uploads/2025/02/SANJUKTA-KRUSAKA-MORCHA-640x272.jpg)
ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷୀ ଓ ଶ୍ରମିକ ବିରୋଧୀ କର୍ପୋରେଟ ସପକ୍ଷବାଦୀ କେନ୍ଦ୍ର ବଜେଟ୍ କୁ ଫେରସ୍ତ ନେଇ ସଂସଦରେ ନୂତନ ଚାଷୀ ଓ ଶ୍ରମିକ ସପକ୍ଷବାଦୀ ସଂଶୋଧିତ ବଜେଟ୍ ଆଣିବା, ଭଦ୍ରକ ଜିଲ୍ଲାରେ ଅଭାବୀ ଧାନ ବିକ୍ରି ରୋକିବା, ଧାନ କିଣାରେ କଟଣି ଛଟଣି ବଂଦ କରିବା, ଓଡିଶା ର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି କୁ ସୁଧାରିବା, ଅଶ୍ଳୀଳତାକୁ ରୋକିବା ନାମରେ ଏକ ଶହ ବିଜେପି ସମର୍ଥକଙ୍କ ସହ ରାଜଧାନୀ ରେ ଠେଙ୍ଗା ବାହିନୀ ଗଠନ କରି ଓଡିଶା ବାସୀ ଙ୍କୁ ଭୟଭୀତ କରାଇଥିବା ଏକାମ୍ର ବିଧାୟକ ବାବୁ ସିଂ ଙ୍କୁ ଗିରଫ କରିବା ଦାବି କରି ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ମିଳିତ ଟ୍ରେଡ଼ ୟୁନିୟନ ସମୂହ ପକ୍ଷରୁ ଭଦ୍ରକ ବନ୍ତ ଛକ ଠାରୁ ଏକ ଲାଲ୍ ଶୋଭାଯାତ୍ରା ବାହାରି ଭଦ୍ରକ ସହର ପରିକ୍ରମା କରି ଭଦ୍ରକ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଚାଷୀ ଆତ୍ମହତ୍ୟା ରୋକିବା, କୃଷି ଋଣ ଛାଡ କରିବା ସହ ଜାତୀୟ ମନିଟାଇଜେସନ ପାଇପଲାଇନ ବାତିଲ କରି ଆମ ଦେଶର ଜାତୀୟ ସଂପତି କୁ ସୁରକ୍ଷା ଦେବା ପାଇଁ ବିକ୍ଷୋଭ ରେ ବକ୍ତା ମାନେ ପରିପ୍ରକାଶ କରିଥିଲେ । ଶିକ୍ଷା , ସ୍ୱାସ୍ଥ୍ୟ, ଗମନାଗମନ, ଏମ୍ ଏନ୍ ଆର ଇଜିଏସ ଯୋଯନା ଓ ରେଳ କ୍ଷେତ୍ରରେ ବଜେଟ୍ ହ୍ରାସ କୁ ତୀବ୍ର ବିରୋଧ କରାଯାଇଥିଲା । ଆସନ୍ତା ଅପ୍ରେଲ ଠାରୁ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ କାର୍ଯ୍ୟକାରୀ ହେଲେ ଶ୍ରମ କୋର୍ଡ ବିରୁଦ୍ଧରେ ଭାରତର ଶ୍ରମଜୀବି ମଣିଷ ଐତିହାସିକ ଶ୍ରମିକ ଆନ୍ଦୋଳନ ସଂଗଠିତ କରିବେ ବୋଲି ଗଣସଂଗଠନର ନେତୃତ୍ୱ ମାନେ ପରିପ୍ରକାଶ କରିଥିଲେ । ଗଣତାନ୍ତ୍ରିକ ଉପାୟରେ ଏକାମ୍ର ବିଧାନସଭା କ୍ଷେତ୍ରରୁ ବିଜେପି ର ବିଧାୟକ ଭାବେ ବାବୁ ସିଂ ନିର୍ବାଚିତ ହୋଇ ଦୁଇ ଦିନ ତଳେ ଅଗଣତାନ୍ତ୍ରିକ ଭାବେ ଠେଙ୍ଗା ବାହିନୀ ଗଠନ କରି ଓଡିଶା ବାସୀ ଙ୍କ ପ୍ରତି ଯେଉଁ ଦାଦାଗିରି ପ୍ରଦର୍ଶନ କରିଛନ୍ତି ଯଦି ବାବୁ ସିଂ ଓ ଠେଙ୍ଗା ପ୍ରଦର୍ଶନ କରି ଅଶ୍ଳୀଳତା ନାମରେ ଓଡିଶା ବାସୀ ଙ୍କୁ ଖୋଲମଖୋଲା ଧମକ ଦେଇଥିବା ତାଙ୍କ ସମର୍ଥକ ମାନଙ୍କୁ ଓଡିଶା ପୋଲିସ ଗିରଫ ନକରେ ବାବୁ ସିଂ ଙ୍କୁ ଗିରଫ ଦାବିରେ ଆଗାମୀ ଦିନରେ ବୃହତର ଆନ୍ଦୋଳନ ହେବ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା ର ନେତୃତ୍ୱ ପ୍ରକାଶ କରିଛନ୍ତି । ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ଓଡିଶା କ୍ଷେତମଜଦୂର ୟୁନିୟନ ରାଜ୍ୟ ସଂପାଦକ ନିର୍ମଳ ନାୟକ, ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ , ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ , ଓଡିଶା କୃଷକ ସଭା ଜିଲ୍ଲା ସଂପାଦକ ତଥା ସଂଯୁକ୍ତ କୃଷକ ମୋର୍ଚ୍ଚା ର ଅନ୍ୟତମ ନେତା ପ୍ରଭାସ ମହାପାତ୍ର, ଜିଲ୍ଲା ଉପସଭାପତି ଗୌରାଙ୍ଗ ଯେନା, ସହ ସଂପାଦକ ଚକ୍ରଧର ପାତ୍ର, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ଉପସଭାପତି ମଳୟ ଭୋଇ, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ବରିଷ୍ଠ କୃଷକ ନେତା ନାରାୟଣ ଦାଶ,କୃଷକ ନେତା ଚକ୍ରଧର ଦାସ , ସତ୍ୟମୂର୍ତି ବେହେରା , ଶ୍ରମିକ ନେତା ମହେଶ୍ୱର ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ ।