Home ଜିଲ୍ଲା ପରିକ୍ରମା ଚାଷୀମାନେ ଏଫ୍‌.ଏ.କ୍ୟୁ ମାନର ଧାନ ମଣ୍ଡିକୁ ଆଣନ୍ତୁ, ମିଲରଙ୍କ ମନମାନିକୁ ପ୍ରଶୟ ଦିଆଯିବ ନାହିଁ –...

ଚାଷୀମାନେ ଏଫ୍‌.ଏ.କ୍ୟୁ ମାନର ଧାନ ମଣ୍ଡିକୁ ଆଣନ୍ତୁ, ମିଲରଙ୍କ ମନମାନିକୁ ପ୍ରଶୟ ଦିଆଯିବ ନାହିଁ – ଯୋଗାଣ ମନ୍ତ୍ରୀ, ଭଦ୍ରକ ଜିଲ୍ଲାଗସ୍ତରେ ଆସି ପରିଦର୍ଶନ କଲେ ମଣ୍ଡି, ସମୀକ୍ଷା କଲେ ଧାନସଂଗ୍ରହ କାର୍ଯ୍ୟ

10

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଭଦ୍ରକ ଜିଲ୍ଲା ପ୍ରଶାସନ ର ଧାନ ସଂଗ୍ରହ କାର୍ଯ୍ୟ ପରିଚାଳନାର ସମୀକ୍ଷା କରିଥିଲେ। ସେ ଭଦ୍ରକରେ ପହଂଚି ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକ୍‌ର ଆଦମପୁରର ଶକ୍ତି ସ୍ୱରୂପା ଏସ୍‌.ଏଚ୍‌.ଜି ଧାନକ୍ରୟ କେନ୍ଦ୍ର, ଭଦ୍ରକ ବ୍ଲକ୍‌ର ବହୁଦରଡ଼ାର ଶ୍ରୀରାମ ପାକ୍‌ସ ଓ ଅର୍ଣ୍ଣପାଳ ପାକ୍‌ସ, ତିନିଟି ଧାନମଣ୍ଡିକୁ ଯାଇ ସରକାରୀ ଦରରେ ଧାନକ୍ରୟ ବ୍ୟବସ୍ଥାର ତଦାରଖ କରିଥିଲେ। କଟନୀଛଟନୀ ନେଇ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଓ ଚାଷୀମାନଙ୍କ ଅଭିଯୋଗ ଶୁଣି ଏଫ୍‌.ଏ.କ୍ୟୁ ମାନର ଧାନ ବିକ୍ରୟ ପାଇଁ ମଣ୍ଡିକୁ ଆଣିବାକୁ ପରାମର୍ଶ ପ୍ରଦାନ କରିଥିଲେ। ଅଣ ଏଫ୍‌.ଏ.କ୍ୟୁ ଧାନ ଗ୍ରହଣ କରାଯିବ ନାହିଁ, ମଣ୍ଡିରୁ ଫେରାଇ ଦିଆଯିବ ବୋଲି କହିଥିଲେ। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲ୍ଲାପାଳ ଦିଲୀପ୍ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପ ଜିଲ୍ଲାପାଳ ସୈାରଭ ଚକ୍ରବର୍ତୀ, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ପ୍ରମୁଖ ମନ୍ତ୍ରୀଙ୍କ ଗସ୍ତରେ କ୍ଷେତ୍ର ସ୍ତରରେ ଉପସ୍ଥିତ ଥିଲେ। କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଭଦ୍ରକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ମଧ୍ୟ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସରକାରୀ ଦରରେ ଧାନକ୍ରୟ ପାଇଁ ପ୍ରସ୍ତୁତି, ପରିଚାଳନା, ସଚେତନତା, ଅଦ୍ୟାବଧି ଧନକ୍ରୟ ପରିମାଣ, ଉପୁଜୁଥିବା ସମସ୍ୟା ସମାଧାନରେ ଜିଲ୍ଲା ପ୍ରଶାସନର ସହଯୋଗ ଆଦି ସମ୍ବନ୍ଧରେ ଦୃଶ୍ୟ ଫଳକ ଜରିଆରେ ଉପଜିଲ୍ଲାପାଳ ଉପସ୍ଥାପନ କରିଥିଲେ। ଧାନ କିଣାରେ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଥମଥର ପାଇଁ ସରକାର କ୍ଷତି ପୂରଣ ପ୍ରଦାନ କରିଛନ୍ତି। କ୍ଷତିଗ୍ରସ୍ତ ସେହି ଫସଲର ଉତମ ମାନ ନଥିବା ଧାନ ମଣ୍ଡିକୁ ନ ଆଣିବା ପାଇଁ ସେ ପ୍ରକାଶ କରିଥିଲେ। ଧାନ କିଣାରେ ମିଲରମାନଙ୍କ ମନମାନିକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଥିଲେ।ମଣ୍ଡିରୁ ଧାନ ଉଠାଇବାରେ ସହଯୋଗ କରୁନଥିବା ମିଲର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ପ୍ରଦାନ କରି ଆବଶ୍ୟକ ହେଲେ ଜିଲ୍ଲା ବାହାରୁ ମିଲର୍ ନିୟୋଜିତ କରାଯିବ ବୋଲି ପ୍ରକାଶ କରିଥିଲେ। କଟନୀ ଛଟନୀ କୁ ସୁଯୋଗ ନଦେଇ ଖରାପ ଥିବା ଧାନକୁ ମଣ୍ଡିରୁ ଫେରାଇ ଦେବା ପାଇଁ କହିଥିଲେ। ଭଲଧାନ ନ ହେଲେ ଭଲ ଚାଉଳ ମିଳିବ ନାହିଁ। ଭଲ ଚାଉଳ ନ ହେଲେ, ଏଫ୍‌.ସି.ଆଇ. ତାହା ଗ୍ରହଣ କରିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ଚାଷୀମାନେ ଯେପରି ଅସୁବିଧାରେ ନ ପଡ଼ନ୍ତି ସୁସଙ୍ଗଠିତ ଢଙ୍ଗରେ ସରକାରୀ ମଣ୍ଡି ଜରିଆରେ ମିଲର ମାନଙ୍କ ଦ୍ୱାରା ସେମାନଙ୍କ ଠାରୁ ଉତ୍ତମ ମାନର ଧାନ ସଂଗ୍ରହ କରାଯିବା ଦିଗରେ ନିୟୋଜିତ ସମସ୍ତ ପ୍ରଶାସନିକ ଅଧିକାରୀମାନେ ଅଧିକ ଯତ୍ନବାନ୍ ହେବାକୁ ମଧ୍ୟ ମାନ୍ୟବର ମନ୍ତ୍ରୀ ବୈଠକରେ ପରାମର୍ଶ ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟକି ଅଦ୍ୟାବଧି ଜିଲ୍ଲା ପ୍ରଶାସନ ଦ୍ୱାରା ସମୁଦାୟ ୧,୦୦,୧୭୦ କ୍ୱିଂଟାଲ ଧାନ କ୍ରୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.