ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷୀ ଓ ଭାଗ ଚାଷୀ ମାନଙ୍କର ବିଭିନ୍ନ ଦାବୀନେଇ ଓଡିଶା କୃଷକ ସଭା ଓ ଓଡିଶା କ୍ଷେତମଜଦୁର ୟୁନିୟନ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଏହି ପ୍ରତିନିଧି ଦଳରେ ସାମିଲ୍ ଥିଲେ ଓଡିଶା କୃଷକ ସଭାର ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ସଂପାଦକ ପ୍ରଭାସ୍ ମହାପାତ୍ର, କୋଷାଧ୍ୟକ୍ଷ ଅଭିରାମ ବଳ,ମହେଶ୍ୱର ନାୟକ, ଏବଂ ଓଡିଶା କ୍ଷେତମଜଦୁର ୟୁନିୟନ ପକ୍ଷରୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଜିଲ୍ଲା ସମ୍ପାଦକ ଗିରିଧାରୀ ନାଥ, ଜିଲ୍ଲା କମିଟି ସଭ୍ୟ ବଳଭଦ୍ର ଜେନା,ଭଗବାନ ମହାଳିକ୍, ଓ ସୁଧାକର ମହାଳିକ୍ ଓ ଅନ୍ୟମାନେ। ଅଦିନିଆ ବର୍ଷା ଫଳରେ ଚାଷୀ ଓ ଭାଗ ଚାଷୀ ମାନଙ୍କର ଧାନ,ପନିପରିବା ଉଜୁଡି ଯାଇଛି। କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦିଆଯାଉ। କିନ୍ତୁ ଆବେଦନ ପାଇଁ ସରକାର ଯେଉଁ ସମୟ ଧାର୍ଯ୍ୟ କରିଛନ୍ତି ତାହା ଯଥେଷ୍ଟ ହୋଇନଥିବାରୁ ଆବଶ୍ୟକ ସମୟ ସୀମା ବଢାଯାଉ। ଏବଂ ରାଜ୍ୟ ସରକାର ଘୋଷଣା କରିଥିବା ଧାନ କ୍ୱଂଟାଲ୍ ପିଛା ୩୧୦୦ଟଙ୍କା ତୁରନ୍ତ ସେମାନଙ୍କୁ ଦିଆଯିବା ସହ ଧାନକିଣାରେ ଦଲାଲ, ଓ କଟନି-ଛଟନି ସଂପୂର୍ଣ୍ଣ ବନ୍ଦ କରାଯାଉ। ଏବଂ ରାଜ୍ୟରେ ଏ ଦୁର୍ଦିନ ସମୟରେ ସମସ୍ତ ଚାଷୀଙ୍କୁ ଋଣ ଛାଡ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
Home ଜିଲ୍ଲା ପରିକ୍ରମା ଚାଷୀମାନଙ୍କର ଦାବୀନେଇ ଓଡିଶା କୃଷକ ସଭା ଓ ଓଡିଶା କ୍ଷେତମଜଦୁର ୟୁନିୟନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର...