Home ଜିଲ୍ଲା ପରିକ୍ରମା ଚାରୁ ସାର୍ ନାୟକ ନୁହେଁ ମହାନାୟକ ଥିଲେ

ଚାରୁ ସାର୍ ନାୟକ ନୁହେଁ ମହାନାୟକ ଥିଲେ

3

ଭଦ୍ରକ, ୨୧ା୨ – ବନ୍ତ ଅଂଚଳର ସାମାଜିକ, ସାଂସ୍କୃତିକ ଓ ଧର୍ମୀୟ ଚେତନାର ଜୀବନ୍ତ କିମ୍ବଦନ୍ତୀ ପୁରୁଷ ଥିଲେ ସ୍ୱର୍ଗତଃ ଚାରୁ ସାର । କଳା ଓ ଶିକ୍ଷାର ପୂଜାରୀ ଭାବେ ଜନାଦୃତ ଥିବା ଚାରୁ ସାର ବାସ୍ତବରେ ନାୟକ ନୁହେଁ ମହାନାୟକ ବୋଲି ଆଜି ଗଭରପୁର ଠାରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବରେ ବକ୍ତା ମାନେ ମତ ରଖିଛନ୍ତି । ଜ୍ୟେଷ୍ଠପୁତ୍ର ବିଶିଷ୍ଟ ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକଙ୍କ ତତ୍ୱାବଧାନରେ ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ ସଭାକୁ ପୌରହିତ୍ୟ କରିଥିଲେ । ବିଶିଷ୍ଟ ସମାଜସେବୀ ଅଜୟ କୁମାର ନାୟକ,କବି ଗଣେଶ ପ୍ରସାଦ କରଶର୍ମା, ସାହିତ୍ୟିକ ଜଗନ୍ନାଥ ପାତ୍ର, ଚର୍ତୁଭୂଜ ପହି,ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର, ଶିକ୍ଷାବିତ୍ ରାଜକିଶୋର ଆଚାରୀ, ନାରାୟଣ ଚନ୍ଦ୍ର ଲେଙ୍କା, ଭାସ୍କର ଚନ୍ଦ୍ର ପାଢୀ, ଶିକ୍ଷକ ରମାକାନ୍ତ ଜେନା, କାଳନ୍ଦୀ ସୂତାର,ଗୌରାଙ୍ଗ ଧଳ,ଧନେଶ୍ୱର ଖିଲାର,ଅଧ୍ୟାପକ ସରେଶ ନାୟକ ପ୍ରମୁଖ ଚାରୁ ସାର ଜଣେ କର୍ତବ୍ୟ ନିଷ୍ଠ ଶିକ୍ଷକ ସହ ସଂପୃକ୍ତ ଅଞ୍ଚଳର କଳା ଓ ସଂସ୍କୃତି ସମ୍ପର୍ଣ୍ଣ ବ୍ୟକ୍ତି ଥିବା ବେଳେ ବନ୍ତ ଅଞ୍ଚଳର ଉତ୍‌ଥାନରେ ତାଙ୍କର ଭୂମିକା ଅଗ୍ରଣୀ ଥିଲା ବୋଲି କହିଥିଲେ । ଏଥିସହ ବନ୍ତରେ ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ରଖି ଲକ୍ଷ୍ମୀପୂଜା ଆୟୋଜନ କରିବା,ବଜାର କମିଟିର ସମ୍ପାଦକ ପଦବୀର ରହି ଭାତୃତ୍ୱଭାବ ସୃଷ୍ଟି କରିବା ସ୍ୱର୍ଗତଃ ଚାରୁ ସାରଙ୍କ ମହାନ୍ ଗୁଣ ଅଟେ ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ‘ସ୍ମୃତିରେ ଗୁରୁଜୀ’ ପତ୍ରିକାକୁ ଉନ୍ମୋଚନ କରାଯାଇଥିଲା । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । ପରିବାରର ରମେଶ ନାୟକ, ଅମରେଶ ନାୟକ,ସରେଶ ନାୟକ, ମହେଶ ନାୟକ,ରେବତୀ ନାୟକ, କଳ୍ପନା ନାୟକ,ମମତା ନାୟକ,ପ୍ରେମଲତା ନାୟକ, ସରିତା ନାୟକ, ଏଲୋରା ପାଣ୍ଡେ, ସ୍ୱର୍ଣ୍ଣପ୍ରଭା ନାୟକ, ଜୁଲି ନାୟକ, ସାଇଶ୍ୱାସତ ନାୟକ, ସାଇସତ୍ୟ ନାୟକଙ୍କ ସମେତ କୃପାସିନ୍ଧୁ ସେଠୀ, କୁନା ସାହୁ, ରବିନ୍ଦ୍ର ସେଠି, ହେମନ୍ତ ମଳ୍ଳିକ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.