Home କେନ୍ଦ୍ରାପଡ଼ା ଚାରା ରୋପଣ କରି ଜନ୍ମଦିନ ପାଳିଲେ ଯୁବ ସାମ୍ବାଦିକ

ଚାରା ରୋପଣ କରି ଜନ୍ମଦିନ ପାଳିଲେ ଯୁବ ସାମ୍ବାଦିକ

44

କେନ୍ଦ୍ରାପଡ଼ା ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ଯୁବ ସାମ୍ବାଦିକ ରଞ୍ଜନ କୁମାର ସାହୁ ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କରିଛନ୍ତି। ପଥରକଣି ଠାକୁରାଣୀଙ୍କ ବେଢା ପରିସରରେ ଶ୍ରୀ ସାହୁ ଚାରାରୋପଣ କରି ନିଜର ଜନ୍ମଦିନ ପାଳିଥିଲେ। ଏହି ଅବସରରେ ଶ୍ରୀ ସାହୁ କହିଥିଲେ ଯେ ବର୍ତ୍ତମାନ ଯେଉଁଭଳି ଭାବରେ ବାୟୁ ମଣ୍ଡଳରୁ ଅମ୍ଳଜାନ ହ୍ରାସ ପାଉଛି ତାହା ସମଗ୍ର ମାନବ ଜାତି ଓ ଜୀବଜନ୍ତୁଙ୍କ ପାଇଁ ବିପଦର କାରଣ ପାଲଟିଛି। ତେଣୁ ଆମ୍ଭେ ସଚେତନ ହୋଇ ଏବେଠାରୁ ଚାରା ରୋପଣ କରିବା ଉଚିତ। କେବଳ ଚାରା ରୋପଣ କରିଦେଲେ ହେବ ନାହିଁ ସେହି ଚାରା କିପରି ଦ୍ରୁମରେ ପରିଣତ ହେବ ସେଥି ନିମନ୍ତେ ତାର ଯତ୍ନ ନେବା ଆବଶ୍ୟକ। ଫଳରେ ଭବିଷ୍ୟତରେ ଆମେ ଅମ୍ଳଜାନ ଅଭାବର ସମ୍ମୁଖୀନ ହେବା ନାହିଁ। ଏଥିସହ ଆମ ଉତ୍ତର ପିଢି ମଧ୍ୟ ସୁସ୍ଥ ପରିବେଶରେ ଜୀବନଯାପନ କରିପରିବେ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ପ୍ରଯୋଜକ ମାନସ କୁମାର ସାହୁ, ପ୍ରକୃତିବନ୍ଧୁ ପାର୍ଥସାରଥୀ ବେହେରା, ଆଇନ୍‌ଜୀବୀ ପ୍ରଦୀପ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.