Home କେନ୍ଦୁଝର ଚାବି ଭାଙ୍ଗି ୫୦ହଜାର ଟଙ୍କାର ମୋବାଇଲ ଲୁଟ

ଚାବି ଭାଙ୍ଗି ୫୦ହଜାର ଟଙ୍କାର ମୋବାଇଲ ଲୁଟ

44

ହାଟଡ଼ିହି, ୫ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୁଗୁପୁର ବଜାରରେ ଥିବା ମା ଜାଗୁଳାଇ କମୁନିକେସନ ଦୋକାନରୁ କେହି ଦୁର୍ବତ ଗତକାଲି ରାତିରେ ଦୋକାନର ଚାବି ଭାଙ୍ଗି ୪ଟି ଦାମିକା ମୋବାଇଲ ସେଟ ଓ ନଗଦ ୧୧ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଏହାର ଆନୁମାନିକ ମୁଲ୍ୟ ୫୦ହଜାରରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଖବରରୁ ଜଣାଯାଇଛି ଯେ ଯଶୋବନ୍ତପୁର ଗ୍ରାମର ପ୍ରମୋଦ କୁମାର ସାହୁ ମୁଗୁପୁର ବଜାରରେ ମା ଜାଗୁଳାଇ କମୁନିକେସନ ନାମରେ ଏକ ମୋବାଇଲ ଦୋକାନ କରି ବ୍ୟବସାୟ ଚଳାଇ ଆସୁଥିଲେ । ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଯିବାପରେ ଆଜି ସକାଳୁ ଦୋକାନର କବାଟ ଖୋଲାଥିବା ଦେଖି ବଜାରକୁ ଆସିଥିବା ଲୋକମାନେ ତାଙ୍କୁ ଖବର ଦେଇଥିଲେ । ସେ ଦୋକାନରେ ପହଞ୍ଚି ଦୋକାନ କବାଟର ତାଲା ଭଙ୍ଗାଯାଇଥିବା ଏବଂ ଚାରୋଟି ମୋବାଇଲ ସେଟ ଓ ନଗଦ ୧୧ହଜାର ଟଙ୍କା ଚୋରୀ ଯାଇଥିବା ଜାଣିବାପରେ ସେ ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି । ମୋବାଇଲ ଖୋଳ ଗୁଡିକ ରଖିଦେଇ କେବଳ ମୋବାଇଲ ଗୁଡିକ ନେଇଛନ୍ତି । ଏନେଇ ଅଭିଯୋଗ ପାଇବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.