Home ଅପରାଧ ଚାପରେ ମତ ବଦଳାଇଲେକି ଦୁର୍ଷ୍ମମ ପିଡିତା !

ଚାପରେ ମତ ବଦଳାଇଲେକି ଦୁର୍ଷ୍ମମ ପିଡିତା !

325

ଭୁବନେଶ୍ୱର୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଗତ କାଲି ପୁରୀ ବଙ୍ଗଳା ଥାନା ଏ.ଏସ.ଆଇ ଚିତ୍ତରଞ୍ଜନ ଦାସ ଜଣେ ମହିଳାଙ୍କୁ ତାଙ୍କ ବାସଭବନକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ପିପିଲି ଏସ.ଡି.ପିଓ ଦେବଦତ୍ତ ବରାଳଙ୍କ ନିକଟରେ  ପିଡିତା କରିବା ପରେ ପିଡିତାଙ୍କ ବୟାନ ଧାରା ୧୬୪ରେ ରେକର୍ଡ କରାଯାଇଥିଲା । ଆଜି ପଡିତା ପୁଣି ତାଙ୍କ ମତ ପରିପର୍ତ୍ତନ କରିବା ଖବର ମିଳିଛି ।  ମିଳିଥିବା ସୁଚନା ଅନୁଯାୟୀ ପିଡିତା ବୟାନ ଥାନାରେ  ରେକର୍ଡ ବେଳେ ଦୁଷ୍କର୍ମ ହୋଇନଥିବା କହିଥିବା ବେଳେ ଡାକ୍ତରୀ ମଇନା ପାଇଁ ମନା କରିଛନ୍ତି ଅଭିଯୋଗ କାରିଣୀ ପିଡିତା । ସୁଚନା ଯୋଗ୍ୟ- ଗତ କାଲି ପିଡିତା ମହିଳା  ପିପିଲି ଏସ.ଡି.ପିଓ ଦେବଦତ୍ତ ବରାଳଙ୍କ ନିକଟରେ ଉପସ୍ଥିତ ହୋଇ ପୁରୀ ବଙ୍ଗଳା ଥାନା ଏ.ଏସ.ଆଇ ଚିତ୍ତରଞ୍ଜନ ଦାସଙ୍କ ବିରୋଧରେ ଅଭିଯୋଗ କରିବା ପରେ ଏସ.ଡି.ପି.ଓ ମହିଳାଙ୍କ ଅଭିଯୋଗକୁ ଗ୍ରହଣ କରି ପିଡିତାଙ୍କ ବୟାନକୁ ଜଣେ ମହିଳା ପୁଲିସ ଅଧିକାରୀଙ୍କ ଦ୍ୱାରା ୧୬୪ଧାରାରେ ରେକର୍ଡ କରାଇଥିଲେ । କନ୍ତୁ ଆଜି ପିଡିତା ମହିଳା ବୟାନ ବଦଳାଇବାକୁ ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଛି ।  ମହିଳାଙ୍କ ପାଇଁ ଜାତୀୟ ଦଳିତ ଆଦିବାସୀ ମହାସଂଘ ସଭାପତି ଲିଟୁ ଦାସ ଓ ତାଙ୍କ ସଂଘର କର୍ମକର୍ତ୍ତା ମାନେ ବିକ୍ଷୋପ କରିବା ସହ ରାଜ୍ୟ ସରକାରଙ୍କ ସମସ୍ତ ଉଚ୍ଚପଦସ୍ତ ପୁଲିସ ଅଧିକାରୀ ଓ ମହିଳା କମିଶନଙ୍କ ଦସ୍ତକ୍ଷେପ କରିବାକୁ ଅଡି ବସିଥିବା ବେଳେ ପିଡିତାଙ୍କ ମତପରିବର୍ତ୍ତନ ସମସ୍ତଙ୍କୁ ଚକିତ କରି ଦେଇଛି । ଅନ୍ୟପକ୍ଷେ ଏହି ଘଟଣାରେ ରାଜ୍ୟ ସରକରଙ୍କୁ ବିରୋଧି ମାନେ କାଠ ଗଡାକୁ ଆଣୁବାକୁ କରିଥିବା ପ୍ରୟାସକୁ ବନ୍ଧ କରିବାକୁ ପୁଲିସ ପକ୍ଷରୁ ପିଡିତାକୁ ପ୍ରଲୋଭିତ କରାଯାଇଥିବା ବିରୋଧିମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଗତକାଲି ମହିଳା ଝଚଙ ନିଯୁକ୍ତି ନେଇ ଈଔଊ ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରତିକ୍ରିୟା ଗଣମାଧ୍ୟମରେ ବିରୋଧିମାନଙ୍କୁ ଖୋରାକ ଯୋଗାଇଥିବା ବେଳେ ମହିଳାଙ୍କ ପ୍ରତି ହିଂସା ରୋକିବା ପାଇଁ ସାମୂହିକ ଉଦ୍ୟମ ଜରୁରୀ ବୋଲି ମତ ରଖି ମହିଳାଙ୍କ ନିଯୁକ୍ତିକୁ ନେଇ ଖୁସି, କିନ୍ତୁ କିଛି ପୁରୁଷଙ୍କୁ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ପଚାରିବା ସମସ୍ତ ବିରୋଧିଙ୍କୁ ଚକିତ କରିଛନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.