Home କେନ୍ଦ୍ରାପଡ଼ା ଚାନ୍ଦୋଳ ପଞ୍ଚାୟତରେ ସି.ଆର.ପି. ଚୟନକୁ ବାତିଲ କରାଗଲା

ଚାନ୍ଦୋଳ ପଞ୍ଚାୟତରେ ସି.ଆର.ପି. ଚୟନକୁ ବାତିଲ କରାଗଲା

60

କେନ୍ଦ୍ରାପଡ଼ା ୭ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସି.ଆର.ପି. ଚୟନରେ ଅନୀୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ତାହାକୁ ବାତିଲ କରିଦିଆଯାଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ପଞ୍ଚାୟତରେ ଓଡିଶା ଜୀବିକା ମିଶନ(ଓ.ଏଲ.ଏମ.)ପକ୍ଷରୁ ହେବାକୁ ଥିବା ସି.ଆର.ପି. ଚୟନକୁ ମଙ୍ଗଳବାର ବାତିଲ କରିଦିଆଯାଇଥିବା ଜଣାପଡିଛି। ଅଭିଯୋଗ ଅନୁଯାଇ ସି.ଆର.ପି. ଚୟନ ପ୍ରକ୍ରୀୟାରେ ସ୍ୱଛତା ନଥିବା ହେତୁ ଆବଶ୍ୟକ ଦକ୍ଷତା ଥାଇ ମଧ୍ୟ ପ୍ରକୃତ ପ୍ରାଥିୀ ବାଦ ପଡିଥିବା, ଚୟନରେ ପକ୍ଷପାତିତା ଓ ପଞ୍ଚାୟତ ଚୟନ କମିଟି ଦ୍ୱାରା ସି.ଆର.ପି. ଚୟନ କରାଯିବା ବଦଳରେ ସଂପୃକ୍ତ ବ୍ଲକର ବିପିଏମ ଓ ବିଏଲସିଙ୍କ ଦ୍ୱାରା ଚୟନ କରାଯିବାକୁ ନେଇ ଡେରାବିଶ ବ୍ଲକର ବିଡିଓ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ନିକଟରେ ଚୟନରୁ ବାଦ ପଡିଥିବା ପ୍ରାର୍ଥୀ ସରୋଜିନୀ ମଳିକ ଅଭିଯୋଗ କରିଥିଲେ। ଉଭୟ ବିପିଏମ ଏବଂ ବିଏଲସି ରାଜନୈତିକ ଚାପରେ ନିଜ କ୍ଷମତା ଓ ପଦବୀର ଦୁରୁପଯୋଗ କରି ଏଭଳି କରିଥିବା ଅଭିଯୋଗ ହୋଇଥିଲା। ସି.ଆର.ପି. ପଦ ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀଙ୍କ ଦରଖାସ୍ତ ଗୁଡିକ ଏକ ବାକ୍ସ ଭିତରେ ତାଲା ପଡି ଚୟନ କମିଟି ସଭାପତିଙ୍କ ନିକଟରେ ଥିବା ବେଳେ ସେହି ବାକ୍ସକୁ ବିଏଲସି ସଭାପତିଙ୍କ ନିକଟରୁ ନେଇଯାଇଥିଲେ ବୋଲି କହିଛନ୍ତି ଚୟନ କମିଟିର ସଭାପତି ଓ ସମ୍ପାଦିକା। ଏସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍‌ିପ କୁମାର ପରିଡା ଡେରାବିଶ ବିଡିଓଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଆଜି ଅତ୍ୟନ୍ତ ତରବରିଆ ଭାବେ ଉଭୟ ବିପିଏମ ଓ ବିଏଲସି ସି.ଆର.ପି. ଚୟନ କରାଇ ନେବାକୁ ଉଦ୍ୟମ କରୁଥିବା ବେଳେ ଶତାଧିକ ମହିଳା ଏହାର ବିରୋଧ କରିବାରେ ସେମାନେ ଚୟନକୁ ବାତିଲ କରିଦେଇ ଫେରିଯାଇଥିବା ଜଣାପଡିଛି। ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ହସ୍ତକ୍ଷେପ ସହ ଭିଡିଓ ରେକଡିଂ କରାଯିବା ସହ ସରକାରଙ୍କ ନିୟମ ଅନୁଯାଇ ସି.ଆର.ପି. ଚୟନ କରାଯିବାକୁ ମହିଳାମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.