Home କଟକ ଚାନ୍ଦିନୀଚୌକ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ଉତ୍ସବ ପାଳନ ନ କରିବାକୁ ନିଷ୍ପତି

ଚାନ୍ଦିନୀଚୌକ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ଉତ୍ସବ ପାଳନ ନ କରିବାକୁ ନିଷ୍ପତି

163

କଟକ ୧୫.୦୬ (ଓଡ଼ିଆ ପୁଅ) – ଚାନ୍ଦିନୀଚୌକ ଜଗନ୍ନାଥ ମହାପ୍ରଭୁଙ୍କ ରଥାଯାତ୍ରା ଉତ୍ସବ ପାଳନ ନ କରିବାକୁ ରଥଯାତ୍ରା ପରିଚାଳନା ସମିତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଆଜି ପରିଚାଳନା ସମିତିର ରଥଯାତ୍ରା ପ୍ରସ୍ତୁତି ବୈଠକ ମନ୍ଦିର କାର‌୍ୟ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଚାଳନା ସମିତି ସଂପାଦକ ଶ୍ରୀ ଭିକାରୀ ଦାସ ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷ ମହାମାରୀ କରୋନା ଭୂତାଣୁର ସଂକ୍ରମଣରୁ ମାନବ ସମାଜକୁ ସୁରକ୍ଷା ଦେବାପାଇଁ ତଥା ସାମାଜିକ ଦୂରତା ରକ୍ଷା କରିବା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ରଥାଯାତ୍ରା ଉତ୍ସବ – ୨୦୨୦କୁ ପାଳନ ନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଗଲା। ନେତ୍ରୋତ୍ସବଠାରୁ ନିଳାଦ୍ରୀ ବିଜୟ ପର‌୍ୟ୍ୟନ୍ତ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତୀ ମନ୍ଦିର ପରିସର ମଧ୍ୟରେ ସଂପନ୍ନ କରାଯିବା ନିମନ୍ତେ ସର୍ବସମ୍ମତକ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା। ଏହି ବୈଠକରେ କର୍ମକର୍ତା ସର୍ବଶ୍ରୀ ପୁରୁଷୋତମ ପଟ୍ଟନାୟକ, ପ୍ରଦୀପକୁମାର ସିଂହ (ହାବୁ), ଅଜୟକୁମାର ଦାସ, କେ. ଭାସ୍କର ରାଓ, ଚନ୍ଦ୍ରଶେଖର ସାହୁ, ଆନନ୍ଦକୁମାର ଦାସ, ଶେଷଦେବ ମହାରଣା, ପ୍ରଫୁଲ୍ଲକୁମାର ସିଂହ, ସାଲବେଗ, ସୁକାନ୍ତକୁମାର ଦାସ, ମନୋଜକୁମାର ବେହେରା, ଲୋକନାଥ ଦାସ ଓ ଚନ୍ଦନକୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଶେଷରେ ବାମାଶଙ୍କର ରାଓ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.