Home ଜିଲ୍ଲା ପରିକ୍ରମା ଚାନ୍ଦା ନଦେବାରୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ

ଚାନ୍ଦା ନଦେବାରୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ

10

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରେ ପଶି ଚାନ୍ଦା ମାଗିବା ଓ ନ ଦେବାରୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିବା ଅପରାଧରେ ଅଭିଯୁକ୍ତ ଭଦ୍ରକ ଗ୍ରାମଂଚଳ ଥାନ ଅଧିନସ୍ଥ ବନ୍ଧଗାଁ ଗ୍ରାମର ମହେନ୍ଦ୍ର ରାଉତଙ୍କ ପୁଅ ଘନଶ୍ୟାମ ରାଉତ (୪୫) କୁ ଭଦ୍ରକର ସହକାରୀ ଦୌରା ଜଜ ତଥା ରେଜିଷ୍ଟ୍ରାର ଜ୍ୟୋତି ରଞ୍ଜନ ଦାସ, ୪୫୨ ଓ ୩୨୩ ଦଫାରେ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ପୁନଶ୍ଚ ୧ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି। ବିବରଣୀ ଅନୁଯାୟୀ ଗତ ୨୦୨୩ ମସିହା ଏପ୍ରିଲ ମାସ ୨୪ ତାରିଖ ଦିନ ୧୧. ୩୦ ମିନିଟ ସମୟରେ ଅଭିଯୁକ୍ତ ଘନଶ୍ୟାମ ତାଙ୍କର ପଡୋଶୀ ପବିତ୍ରା ରାଉତ ଘର ଭିତରକୁ ପଶି ୩ ହଜାର ଟଙ୍କା ଚାନ୍ଦା ମାଗିଥିଲା। ସେ ନ ଦେବାରୁ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରି, ମାଡ଼ମାରୀ ଲହୁଲୁହାଣ କରି ଦେଇଥିଲା। ଏପରି କି ତାଙ୍କୁ ଅଶାଳୀନ ବ୍ୟବହାର କରିଥିଲା। ଏଣୁ ସେ ଭଦ୍ରକ ଗ୍ରାମାଂଚଳ ଥାନାରେ ଅଭିଯୋଗ କରିବା ପରେ ଥାନା କେସ ନଂ-୧୯୩/୨୩ ଦଫା – ୪୫୨, ୩୨୩, ୨୯୪, ୩୦୭, ୩୪ରେ ମାମଲା ହୋଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାଟି ଏସଟି ନଂ -୧୯୩/୨୦୨୩ ମୂଳେ ବିଚାର ଚାଲିଥିଲା। ବିଚାର ପରେ ମାନ୍ୟବର କୋର୍ଟ ଅଭିଯୁକ୍ତଙ୍କୁ ୪୫୨ ଓ ୩୨୩ ଦଫାରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ, ଅନ୍ୟ ଦଫା ଗୁଡିକର ପ୍ରମାଣିତ ହୋଇ ପାରି ନ ଥିଲା । ଏତେଲାକାରୀଙ୍କ ତରଫରୁ ସରକାରୀ ଓକିଲ ଅତିସ ବେହେରା ଓ ଜିତେନ ପଣ୍ଡା ମାମଲା ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.