Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଚାନ୍ଦବାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

4

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ “ଜ୍ଞାନ ବିଜ୍ଞାନ ମେଳା-୨୦୨୫” ଅନୁଷ୍ଠିତ ହୋଇଛି। ପ୍ରଧାନ ଆଚାର୍ଯ୍ୟ ମୃତ୍ୟୁଞ୍ଜୟ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜ୍ଞାନ ବିଜ୍ଞାନ ମେଳାକୁ ବରିଷ୍ଟ ବିଜ୍ଞାନ ଶିକ୍ଷକ ତଥା ବ୍ଲକ ବିଜ୍ଞାନ ସଂଯୋଜକ ଅମୂଲ୍ୟ କୁମାର ରାଉତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିମାଇଁ ଚରଣ ପାଣି,ଶିଶୁ ମନ୍ଦିର ସମ୍ପାଦକ ମନୋଜ କୁମାର ମିଶ୍ର,ବିଜ୍ଞାନ ଶିକ୍ଷୟତ୍ରୀ ପ୍ରମିଳା ମଞ୍ଜରୀ ମଲ୍ଲିକ ଓ ସୁଶ୍ରୀ ଇପ୍ସିତା ନାୟକ ପ୍ରମୁଖ ଯୋଗ ଦେଇ ଶିଶୁ ଭାଇ ଭଉଣୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଭଲ ପାଇବା ଓ ସାଂପ୍ରତିକ ସମୟରେ ଜଳବାୟୁ ପରିବର୍ତନକୁ ଦୃଷ୍ଟିରେ ରଖି ପରିବେଶ ବିଜ୍ଞାନ ପ୍ରତି ଆଗ୍ରହ ଓ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ଶିଶୁ ବର୍ଗ,ବାଲ୍ ବର୍ଗ ଓ କିଶୋର ବର୍ଗରେ ଶତାଧିକ ପ୍ରକଳ୍ପ ସ୍ଥାନିତ ହୋଇଥିଲା। ଏଥିରୁ ମନୋନୀତ ଶ୍ରେଷ୍ଠ ପ୍ରକଳ୍ପ ଗୁଡ଼ିକ ସଙ୍କୁଳ ସ୍ତରୀୟ ମେଳାରେ ଅଂଶ ଗ୍ରହଣ କରିବେ । ଏଥିରେ ଗୁରୁଜୀ ଗୌତମ ପ୍ରଧାନ ଅତିଥିମାନଙ୍କର ପରିଚୟ ଓ ଶ୍ରୀଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗୁରୁଜୀ ସୁରେନ୍ଦ୍ର ମୋହନ ତ୍ରିପାଠୀ, ହେମନ୍ତ ଦାସ,ରମାକାନ୍ତ ସାହୁ,ଶ୍ୟାମଳେନ୍ଦୁ ମିଶ୍ର, ଗୁରୁମା ଜ୍ୟୋସ୍ନାରାଣୀ ମିଶ୍ର, ସୁଜାତା ଭୂୟାଁ,ନିର୍ଲିପ୍ତା ମିଶ୍ର ସୁଜାତା ଦାସ,ସୁରେଖା ସାହୁ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.