Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ରେ ଦାଦନର ଦୁଃଖ……

ଚାନ୍ଦବାଲି ରେ ଦାଦନର ଦୁଃଖ……

5

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦାଦନ ଖଟିବାକୁ ଦୁବାଇ ଯାଇଥିଲେ. କାମ କରି ଟଙ୍କା ଆଣିଲେ ଘରର ଛାତ ପଡିବ ବୋଲି କହିଯାଇଥିଲେ ହେଲେ ଶବ ହୋଇ ଫେରିଲେ ଗାଁ କୁ. ପାଖାପାଖି ଏକ ବର୍ଷ ହେବ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡା ଗ୍ରାମ ପଞ୍ଚାୟତ ଉତୁକୁଡା ଗାଁ ର ବୀରଭଦ୍ର ନାୟକ ଦାଦନ ଖଟିବାକୁ ଦୁବାଇ ଯାଇଥିଲେ. ସେଠାରେ ସେ ଏକ କମ୍ପାନୀ ରେ ପ୍ଲମ୍ବର ଭାବେ କାର୍ଯ୍ୟ କରୁଥିଲେ ହେଲେ ଗତ ଫେବୃଆରୀ ମାସ ୨୭ତାରିଖ ରାତିରେ କାର୍ଯ୍ୟରତ ସମୟରେ ଖସି ପଡିବାରୁ ବୀରଭଦ୍ର ର ମୃତ୍ୟୁ ଘଟିଥିବା ଘରକୁ ଖବର ଆସିଥିଲା. ପାଖାପାଖି ଏକ ମାସ ହେବ ବୀରଭଦ୍ର ର ମୃତ ଦେହ ଫେରିବା ବାଟକୁ ଅନାଇ ବସିଥିଲେ ପରିବାର ଲୋକଙ୍କ ସହ ସାହି ପଡିସା. ଆଜି ଗାଁ ରେ ମୃତ ଦେହ ପହଂଚିବା ପରେ କାନ୍ଦ ବୋବାଳି ରେ ଫାଟି ପଡ଼ିଥିଲା ସାରା ପରିବେଶ. ପୁଅ କୁ ଦେଖିବା ପାଇଁ ଦିନ ରାତି କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିନଥିଲା ବୁଢ଼ୀ ମା ର. ଆଜି ପୁଅ ର ମୃତ ଦେହ ଦେଖିବା ପରେ ମା ଓ ସ୍ତ୍ରୀ ବାହୁନି ବାହୁନି କାନ୍ଦି କାନ୍ଦି ଚେତାସୂନ୍‌ଯ ହୋଇପଡୁଛି।ଅନ୍ୟପଟେ ବୀରଭଦ୍ର ର ମୃତ ଦେହ ସଠିକ ସମୟରେ ଫେରିନଥିବାରୁ ବୀରଭଦ୍ର ର ଏକ କୁଶ ପୁତ୍ତଳିକା ବନାଇ ସୁଧାକ୍ରିୟା ସାରିଥିଲେ ପରିବାର ଲୋକେ. ୨୭ତାରିଖ ଦିନ ଭିଡିଓ କଲ କରି ପରିବାର ଲୋକଙ୍କ ସହ କଥା ମଧ୍ୟ ହୋଇଥିଲେ.ଶୁଦ୍ଧିକ୍ରିୟା ର ୧୯ଦିନ ପରେ ସରକାରଙ୍କ ଉଦ୍ୟମରେ ଗାଁ ରେ ପହଞ୍ଚିଥିଲା ମୃତଦେହ. ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ମୃତଦେହ ଆସିବାରେ ବିଳମ୍ବ ହୋଇଥିବା କଥା କହିଛନ୍ତି ପରିବାର ଲୋକେ. ମୃତଦେହ ପହଂଚିବା ପରେ ଗାଁ ରେ ଅତିରିକ୍ତ ଶ୍ରମ ଅଧିକାରୀ ପହଂଚି ସମବେଦନା ଜଣାଇବା ସହ ଯାହା ସରକାରୀ ସାହାର୍ଯ୍ୟ ମିଳିବା କଥା ମିଳିବ ବୋଲି ଜଣାଇଥିଲେ. ଅନ୍ୟପଟେ ବୀରଭଦ୍ର ଙ୍କୁ ତୁରନ୍ତ କ୍ଷତିପୂରଣ କିପରି ମିଳିବ ତାର ବ୍ୟବସ୍ଥା ସରକାର କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି.ପରିବାରର ଅନୁରୋଧକ୍ରମେ ଶବ ଫେରାଇବା ପାଇଁ ପ୍ରଶାସନ ପକ୍ଷରୁ ତତ୍କ୍‌ଷଣାତ୍ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ସହ ଶ୍ରମ ଅଧିକାରୀ ୨ ମାର୍ଚ୍ଚରେ ତଦନ୍ତ କରି ରିପୋର୍ଟ ଜିଲ୍ଲା ଶ୍ରମ ଅଧିକାରୀ ଓ ଶ୍ରମ ଆୟୁକ୍ତଙ୍କୁ ପ୍ରଦାନ କରିଥିଲେ।ପରବର୍ତ୍ତୀତ, ପ୍ରବାସୀ ଶ୍ରମିକ ହେବାରୁ ଶ୍ରମ ଆୟୁକ୍ତ ଦ୍ୱାରା ବିଦେଶ ମନ୍ତ୍ରାଳୟ ସହ ସମ୍ପର୍କ ସ୍ଥାପନ କରାଯାଇ ଶବ ପ୍ରତ୍ୟାର୍ପଣ ଓ ଆର୍ôଥକ ସହାୟତା ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗ, ଓଡ଼ିଶା ପରିବାର, ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ କମ୍ପାନୀଙ୍କ ସମ୍ମିଳିତ ପ୍ରୟାସରେ ବୀରଭଦ୍ରଙ୍କ ପାର୍ôଥବ ଦେହ ବିମାନ ଯୋଗେ ହାଇଦ୍ରାବାଦ ପହଁଚିଥିଲା। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କ ଜନ୍ମମାଟିକୁ ଆଣାଯାଇ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.