ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଭଦ୍ରକ – ଚାନ୍ଦବାଲି ରାସ୍ତା ଅବରୋଧ ନେଇ ଆଜି ପୁରୁଣାବଜାର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଠାରେ ସୂଚନାଯୋଗ୍ୟ ଗତ ୭ ତାରିଖ ଦିନ ଭଦ୍ରକ ମ୍ୟୁନିସିପାଲିଟିର ୨୫ ନମ୍ବର ୱାର୍ଡର ନାଥ ସାହି ଗ୍ରାମରେ ଏକ ବିବାହ ବେଳେ ଗଣ୍ଡଗୋଳ ଘଟି ୨/୩ ଜଣ ଯୁବକ ଅତର୍କିତ ଭାବେ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ସ୍ଥାନୀୟ ଲୋକେ ପୁରୁଣା ବଜାର ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ୍ ଗିରଫ କରିବା ପ୍ରତିବାଦରେ ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଭଦ୍ରକ-ଚାନ୍ଦବାଲି ରାସ୍ତା ଟାୟାର ଜାଳି ଅବରୋଧ କରିଥିଲେ। ଆଜି ସିଟି ଡିଏସପି ସମ୍ବିତ ମାଝୀ ଏକ ପ୍ରେସ ବିବୃତିରେ ଆକ୍ରମଣ ରେ ଲିପ୍ତ ଥିବା ପଙ୍କଜ ନାଥ,ଲିଟୁ ନାଥ, କାହୁଁଆ ନାଥକୁ ଆରଏମ୍ସି ମାର୍କେଟ୍ ସମ୍ମୁଖରୁ ଗିରଫ କରି ସେମାନଙ୍କ ନିକଟରୁ ଏକ ହୁଣ୍ଡାଇ କାର, ଗୋଟିଏ ଖଣ୍ଡା, ଭୁଜାଲି, ପଞ୍ଝା ଓ ୪ଟି ମୋବାଇଲ ଜବତ କରିଥିବା ବିଷୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ରାସ୍ତା ଅବରୋଧ ନେଇ ପୁରୁଣାବଜାର ଥାନାରେ ସାମ୍ବାଦିକ ସମ୍ମିଳନୀ, ୩ ଗିରଫ, କାର, ମୋବାଇଲ୍...