Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ମଝିଗାଁରେ ବଧୂହତ୍ୟା ଅଭିଯୋଗ, ଥାନାରେ ସ୍ୱାମୀ ଅଟକ

ଚାନ୍ଦବାଲି ମଝିଗାଁରେ ବଧୂହତ୍ୟା ଅଭିଯୋଗ, ଥାନାରେ ସ୍ୱାମୀ ଅଟକ

16

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) -ଏହି ଜିଲାର ଚାନ୍ଦବାଲି ଥାନା ବିଜ୍ଞାପିତ ଅଂଚଳ ଅଧୀନସ୍ଥ ମଝିଗାଁର ୧ ନଂ ୱାର୍ଡରେ ଏକ ବଧୂହତ୍ୟା ଅଭିଯୋଗ ଆସିଛି । ଚାନ୍ଦବାଲି ବାଂଶଡା ଥାନା ଅଧୀନସ୍ଥ ଚଡଦିଆ ପଂଚାୟତ ନିବାସୀ ଗୟାଧର ଜତିଙ୍କ ଝିଅ ବିଭୁସ୍ମିତାକୁ ୨୦୧୪ ମସିହାରେ ଚାନ୍ଦବାଲି ଥାନା ମଝିଗାଁ ନିବାସୀ ସଦା ଜତିଙ୍କ ପୁଅ ହେମନ୍ତ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ଅନେକ ସମୟରେ ବିଭୁସ୍ମିତାକୁ ଅଧିକ ଯୌତୁକ ଦାବିରେ ତାର ଶ୍ୱଶୁରଘର ଲୋକେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ ବୋଲି ମୃତକଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ସ୍ୱାମୀ ହେମନ୍ତର ଏଭଳି କାର୍ଯ୍ୟ ପାଇଁ ବହୁ ସମୟରେ ପତି-ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ତେବେ ଏହି କାରଣରୁ ମୃତ ବିଭୁସ୍ମିତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବିଷୟ ତାର ଶ୍ୱଶୁରଘର ଲୋକେ କହୁଥିବାବେଳେ ବାପଘର ଲୋକେ ତାକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି । ଖବର ପାଇ ଚାନ୍ଦବାଲି ପୁଲିସ୍ ଘଟଣା ସ୍ଥଳରେ ପହଂଚି ସ୍ୱାମୀ ହେମନ୍ତଙ୍କୁ ଥାନାକୁ ଆଣି ଅଟକ ରଖିବା ପରେ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଶବକୁ ପୁଲିସ୍ ବ୍ୟବଚ୍ଛେଦ ପରେ ତାର ପିତାଘର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣାରେ ବାପଘର ଲୋକେ ନ୍ୟାୟ ପାଇଁ ଚାନ୍ଦବାଲି ଥାନାରେ ଅଭିଯୋଗ ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.