ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଏନଏସି ଅର୍ନ୍ତଗତ ବାଲିଗାଁ ୧୫ ନଂ ଓାର୍ଡରେ ଘଟିଯାଇଥିବା ମର୍ମନ୍ତୁଦ ଦୁଷ୍କର୍ମ ଏବଂ ହତ୍ୟାର ପର୍ଦାଫାଶ କରିଛି ଜିଲ୍ଲା ପୁଲିସ। ପ୍ରାପ୍ତ ଖବରରୁ ଜଣାଯାଇଛି ଗତ ମଙ୍ଗଳବାର ସକାଳ ୧୦ଟା ସମୟରେ ବାଲିଗାଁ ନିବାସୀ ମାତା ମମତା ମିଶ୍ର ଏବଂ ପିତା ପ୍ରଶାନ୍ତ ମିଶ୍ରଙ୍କ ନାବାଳିକା ଭିନ୍ନକ୍ଷମ କନ୍ୟା ସନ୍ଧ୍ୟାରାଣୀ ମିଶ୍ର ନିଜ ମଉଷା ଘରକୁ ଯାଉଛି ବୋଲି କହି ଘରୁ ବାହାରିଯାଇଥିଲା।ଏବଂ ନିଜ ମଉଷା ଘରୁ ଖାଦ୍ୟ ଖାଇ ଦିନ ୧୧ଟା ସମୟରେ ନିଜ ଘରକୁ ଫେରିଥିଲା। ଅପରାହ୍ଣ ୧୨ଟା ସମୟରେ ନିଜ ଘରକୁ ନଫେରିବାରୁ ପ୍ରଶାନ୍ତ ନିଜ ସଢୁଙ୍କୁ ଫୋନ କରି ଝିଅ କଥା ପଚାରିବାରୁ ସେ ଘରୁ ଦିନ ୧୧ଟାରେ ବାହାରି ଯାଇଛି ବୋଲି କହିଥିଲେ। ପରେ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ନ ଆସିବାରୁ ବାଧ୍ୟ ହୋଇ ନାବାଳିକା କନ୍ୟାର ବାପା ଏବଂ ମଉଷା ଚାନ୍ଦବାଲି ଥାନାରେ ଯାଇ ମୌଖିକ ଭାବେ ଅଭିଯୋଗ କରିବା ସମୟରେ ଖବର ଆସିଲା ବାଲିଗାଁ ଠାରେ ଥିବା ସେବାସମବାୟ ସମିତି ନିକଟରେ ଏକ ଝିଅର ମୃତଦେହ ପଡିଛି ବୋଲି। ଚାନ୍ଦବାଲି ଥାନାଧିକାରୀ ତତକ୍ଷଣାତ ଯାଇ ସେଠାରେ ପହଂଚିବା ସହ ନାବାଳିକା ଭିନ୍ନକ୍ଷମ ଝିଅର ପରିବାର ମଧ୍ୟ ସେଠାରେ ପହଂଚି ନିଜ ଝିଅର ଶବକୁ ଚିହ୍ନଟ କରିଥିବା ବେଳେ ନିଜ କନ୍ୟାର ଶରୀରର ସମସ୍ତ ଅଙ୍ଗରୁ ରକ୍ତବାହାରୁଥିବା ଦେଖିବାକୁ ମିଳିଥିଲା। ପରେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପରେ ସଶସ୍ଥ୍ର ପୁଲିସ ଘଟଣା ସ୍ଥଳକୁ ଯାଇଥିଲେ ମଧ୍ୟ ଏକତ୍ରିତ ଜନତାକୁ ଦେଖି ପୁଲିସ ପ୍ରଶାସନ ଛତ୍ରଭଙ୍ଗ ଦେଇଥିଲା। ବାଲିଗାଁ ସେବା ସମବାୟ ସମିତି ଠାରେ ଲାଗିଥିବା ସିସିଟିଭି ଫୁଟେଜ ରୁ କୌଣସି ସନ୍ଧାନ ପୁଲିସ କୁ ମିଳିପାରି ନଥିଲା। ଆଜି ସକାଳ ସମୟରେ ସନ୍ଧାନୀ ପୁଲିସ କୁକୁର ଏବଂ ସାଇଂଟିଫିକ ଟିମ ଆସି ଘଟଣା ସ୍ଥଳରେ ପହଂଚିବା ପରେ ଛାନଭିନ ଆରମ୍ଭ ହୋଇଥିଲା। ସନ୍ଧାନୀ ପୁଲିସ କୁକୁର ପ୍ରଥମେ ପାଟୁଳୀ ଠାରେ ଥିବା ଗଣେଷ ଦାସଙ୍କ ଘରକୁ ଯାଇଥିଲା। ପୁଲିସ ସନ୍ଦେହ ଘେରରେ ଗଣେଶ ଦାସ ପରିବାର ଆସିଥିବା ବେଳେ ସେମାନଙ୍କ ପୁଅ ବବଲୁ ଦାସ ଗତକାଲି ଠାରୁ ଫେରାର ହୋଇ ଯାଇଥିବା କଥା ପୁଲିସ ଜାଣବାକୁ ପାଇଥିଲା। ଆଜି ସକାଳ ସମୟରେ ପୁଲିସ ପହଂଚି ନାବାଳିକା କନ୍ୟାର ପଂଚନାମା କରିବା ପାଇଁ ଶବକୁ ନେବାକୁ ଚାହିଁଥିବା ବେଳେ ସ୍ଥାନୀୟ ଜନତା ଶବକୁ ପୁଲିସକୁ ହସ୍ତାନ୍ତରିତ କରି ନଥିଲେ। ଏଭଳି ପରିସ୍ଥିତିରେ ପୁଲିସ ପ୍ରଶାସନ ଅତିରିକ୍ତ ଏସ ପି ଆସି ପହଂଚି ସାଧାରଣ ଜନତାଙ୍କ ନ୍ୟାୟ ମିଳିବ ବୋଲି କହିବା ସତ୍ୱେ ମଧ୍ୟ ଜନତା କାହାରିଙ୍କ କଥା ଶୁଣି ନଥିଲେ। ପରେ ଭଦ୍ରକ ଏସ ପି ମନୋଜ ରାଉତ ଆସି ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିବା ସହ ପୁଲିସ ପ୍ରଶାସନ ସବୁ ସମୟରେ ସାଧାରଣ ଜନତାଙ୍କ କଥା କୁ ଅଗ୍ରାଧିକାର ଦିଆଯିବ ବୋଲି କହିବା ସହ ମୁଖ୍ୟ ଆସାମୀ ବବଲୁ ଦାସ ଗିରଫ ହୋଇ ସାରିଛି ବୋଲି ପ୍ରତିକ୍ରିୟା ରଖିଥିଲେ ଏବଂ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ ମିଳିଲେ ଭିନ୍ନକ୍ଷମ ନାବାଳିକା ପରିବାରକୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରତି ଦେବା ପରେ ସଂପୃକ୍ତ ମରଶରୀର ପଂଚନାମା ହେବା ପାଇଁ ଯାଇଥିଲା। ଏହି ମରଶରୀର ସହ ସାଇଂଟିଫିକ ଟିମ ଏବଂ ପୁଲିସ ର ଏକ ଟିମ ମଧ୍ୟ ସଂପୃକ୍ତ ନାବାଳିକା ମରଶରୀର ପାଖେ ପାଖେ ରହିବାକୁ ଏସ ପି ନିର୍ଦେଶ ମଧ୍ୟ ଦେଇଥିଲେ। ପରେ ପୂର୍ବାଂଚଳ ଡିଆଇଜି ପିନାକୀ ମିଶ୍ର ଆସି ସାମ୍ବାଦିକ ସମ୍ମିଳନୀରେ ଏଭଳି ସ୍ପର୍ଶକାତର ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରାଯାଇଛି ଏବଂ ଏହି ଘଟନାରେ କେବଳ ଜଣେହିଁ (ମୁଖ୍ୟ ଆସାମୀ ବବଲୁ ଦାସ) ଜଡିତ ବୋଲି କହିଥିଲେ। ଏବଂ ସଂପୃକ୍ତ ଆସାମୀ ଏହି ଘଟଣା ଭିଆଇ ଥିବା କଥା ସ୍ୱୀକାର କରିଥିବା ବେଳେ ସଂପୃକ୍ତ ଆସାମୀ ପାଖରୁ ଅନ୍ୟ ପ୍ରମାଣ ମଧ୍ୟ ପୁଲିସ ପାଇଛି ବୋଲି କହିଥିଲେ।ଚାନ୍ଦବାଲିରେ ଦୀର୍ଘ ୧୮ମାସ ହେବ କୌଣସି ଏସଡିପିଓ ନଥିବା ବେଳେ ସରକାର ଙ୍କ ଗୃହ ବିଭାଗ ଜଣେ ନୂତନ ଏସଡିପିଓ ଙ୍କୁ ଏଠାରେ ଯୋଗ ଦେବା ପାଇଁ ନିର୍ଦେଶନାମା ଜାରୀ କରିଛନ୍ତି ବୋଲି ମତ ରଖିଥିଲେ ଏବଂ ଏହିଭଳି ସମ୍ବେଦନଶୀଳ କେସରେ ପୁଲିସ ମହାନିର୍ଦେଶକ ମଧ୍ୟ ନିଜର ଦୃଷ୍ଟି ରଖିବା ସହ ଖୁବଶୀଘ୍ର ଏହି କେସର ଚାର୍ଜ ସିଟ କରାଯାଇ କୋର୍ଟରେ ଦାଖଲ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ନିଜର ମତ ରଖିଥିଲେ। ଏହି ଘଟଣାରେ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଏକ୍ସ ଆକାଉଂଟରେ ସଂପୃକ୍ତ ନାବାଳିକା ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି ବୋଲି ଘୋଷଣା କରିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବିଜୁ ଜନତା ଦଳ ଏବଂ କଂଗ୍ରେସ ଦଳ ଚାନ୍ଦବାଲି ଏବଂ ଆଖପାଖ ଅଂଚଳରେ ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ କଳା ଦିବସ ପାଳନ କରିବ ବୋଲି ଘୋଷଣା କରିଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କୁ ପୁଲିସ ମହାନିର୍ଦେଶକଙ୍କ ଇଙ୍ଗିତରେ ଘଟଣା ଘଟିବାର ୧୨ଘଂଟା ମଧ୍ୟରେ ମୁଖ୍ୟ ଆସାମୀକୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିବା ବେଳେ କିପରି ମୁଖ୍ୟ ଆସାମୀକୁ ଫାଶି ଖୁଂଟରେ ଝୁଲାଇଲେ ଭିନ୍ନକ୍ଷମ ନାବାଳିକାର ଆତ୍ମାଶାନ୍ତି ପାଇବ ବୋଲି ସଂପୃକ୍ତ ନାବାଳିକା ର ପିତାମାତା ଏବଂ ଅଂଚଳବାସୀ ନିଜ ନିଜର ଦାବୀ ରଖିଛନ୍ତି। ଏବଂ ବିଜେଡି ଓ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଓ ପ୍ରଶାସନକୁ ଦାୟୀ କରିବା ସହ ପୀଡ଼ିତାଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କା ଦେବାକୁ ଦାବି କରିଛି।ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ ଦାବି ମୂଳେ ଏସପି ମନୋଜ ରାଉତ, ଅତିରିକ୍ତ ଏସ ପି ଅରୂପ ବେହେରା, ଏସ ଡି ପି ଓ ତ୍ରିଲୋଚନ ସେଠୀ ଓ ଆଇଆଇସିଙ୍କ ସମେତ ୪ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ରେ ଘଟି ଥିବା ଅଂଚଳ ରେ ପ୍ରଶାସନ ତରଫରୁ ଜବର ଦଖଲ ଉଚ୍ଛେଦ କରିଛି।
Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ମୁଖ୍ୟ ଆସାମୀ...








