Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକ ରେ ଥିବା ୪୨୮ଅଙ୍ଗନବାଡି କେନ୍ଦ୍ରକୁ ଦିଆଯାଉଥିବା ଚାଉଳ ଓଜନ ରେ ଠକେଇ, ପ୍ରତିବସ୍ଥା...

ଚାନ୍ଦବାଲି ବ୍ଲକ ରେ ଥିବା ୪୨୮ଅଙ୍ଗନବାଡି କେନ୍ଦ୍ରକୁ ଦିଆଯାଉଥିବା ଚାଉଳ ଓଜନ ରେ ଠକେଇ, ପ୍ରତିବସ୍ଥା ରେ ୫୦ କେଜି ବଦଳରେ ୪୮କେଜି ରହୁଥିବା ନେଇ ଅଭିଯୋଗ

5

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରେ ଥିବା ଅଙ୍ଗନବାଡି କେନ୍ଦରେ ଚାଉଳ ଯୋଗାଣ ରେ ମହା ଘୋଟଲା ଲୋକଲୋଚନ କୁ ଆସିଛି। ଚାନ୍ଦବାଲି ବ୍ଲକ ରେ ଥିବା ୪୨୮ଟି ଅଙ୍ଗନବାଡି କେନ୍ଦ୍ର କୁ ଚାଉଳ ଦେଉଥିବା ଠିକାଦାର ପ୍ରତି ବସ୍ତା ରେ ୫୦ କେଜି ବଦଳରେ ୪୮ କେଜି ଚାଉଳ ଦେଉଥିବା ଅଭିଯୋଗ ହୋଇଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଗ୍ରାମବାସୀ କିଛି ଅଙ୍ଗନବାଡି କେନ୍ଦ୍ର ରେ ପହଂଚି ଚାଉଳ ଓଜନ କରିବା ପରେ ପ୍ରକୃତରେ ଏହି ଚାଉଳ ବସ୍ତା ମାନଙ୍କରେ ୫୦ କେଜି ପରିବର୍ତେ ୪୮କେଜି ଥିବା ଓଜନ ରୁ ଜଣା ପଡିଥିଲା। ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଚାଉଳ ଓଜନ କରି ଦେବାର ନିୟମ ଥିବା ବେଳେ ସମ୍ପୃକ୍ତ ଠିକାଦାର ଚାନ୍ଦବାଲି ବ୍ଲକ ରେ ଥିବା ୪୨୮ଟି ଅଙ୍ଗନବାଡି କେନ୍ଦ୍ରରେ କୌଣସି ସ୍ଥାନ ରେ ଚାଉଳ ଓଜନ କରି ଦେଉନଥିବା ଜଣା ଯାଇଛି। କେଉଁ ପରିସ୍ଥିତି ରେ କୋମଳମତି ଛୁଆଙ୍କ ଖାଦ୍ୟକୁ ଓଜନରେ କମୟ କରି ଦିଆଯାଉଛି ତାହାର ବିଧିବଦ୍ଧ ତଦନ୍ତ କରାଗଲେ ବହୁ ତଥ୍ୟ ଲୋକଲୋଚନ କୁ ଆସିପାରନ୍ତା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.