Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକ ଜ୍ୟୋତିସିଂହପୁର ଅନ୍ତର୍ଗତ ମାଳିସାହି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ,...

ଚାନ୍ଦବାଲି ବ୍ଲକ ଜ୍ୟୋତିସିଂହପୁର ଅନ୍ତର୍ଗତ ମାଳିସାହି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ, ୧୦୦ ବସ୍ତାରୁ ଉର୍ଦ୍ଧ୍ୱ ଧାନ ଚାଉଳ ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ

15

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମାଧପୁର ପଂଚାୟତ ଜ୍ୟୋତିସିଂହପୁର ଅନ୍ତର୍ଗତ ମାଳିସାହି ଗ୍ରାମ ର ଉମାକାନ୍ତ ମହାକୁଡ଼ ଙ୍କ ଦୁଇ ବଖରା ଘର ଅଗ୍ନିକାଣ୍ଡ ରେ ସମ୍ପୃନ ଭସ୍ମୀଭୂତ। ସୂଚନା ଅନୁଯାଇ ଗୁରୁବାର ବିଳମ୍ବିତ ରାତିରେ ଉମାକାନ୍ତ ମହାକୁଡ଼ଙ୍କ ଦୁଇ ବଖରା ଘର ସହ ଗୋରୁ ଗୁହାଳ ନିଆଁ ଲାଗି ଦୁଇ ବଖରା ଘର ସହିତ ଗୋରୁ ଗୁହାଳ ଭସ୍ମୀଭୂତ। ସୁନା ଅଳଂକାର, ନଗଦ ଟଙ୍କା, ଆସବାବପତ୍ର, ବାଇକ ସହିତ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ, ପାଂଚଟି ଗୋରୁ କ୍ଷତାକ୍ତ ହୋଛନ୍ତି। ନିଆଁ ବିଦ୍ୟୁତ ସଟସର୍କ୍ରିଟ ଲାଗିଥିବା ସଂଧ୍ୟୟ କରାଯାଉଛି।ଉମାକାନ୍ତ ମହାକୁଡ଼ଙ୍କ ପରିବାର ଲୋକ କହନ୍ତି ପିନ୍ଧିଥିବା ବସ୍ତ୍ରକୁ ଛାଡ଼ିଲା ପରେ ଘରର କୈାଣସି ବି ଜିନିଷ ଘରୁ କାଢି ପାରିନଥିଲେ ଘର ଲୋକେ।ପ୍ରଥମେ ଗ୍ରାମ ବାସୀ ନିଆଁ କୁ ଆୟତ କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ନିଆଁକୁ ଆୟତ କରିପାରିନଥିଲେ ପରେ ଚାନ୍ଦବାଲି ଅଗ୍ନି ସମ ବିଭାଗ ପହଂଚି ନିଆଁ କୁ ଆୟତ କରିବା ରେ ସଫଳ ହୋଇଥିଲେ ସେତେବେଳକୁ ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଶୁକ୍ରବାର ଦିନ ଘଟଣାସ୍ଥଳରେ ମତୋ ରାଜସ୍ୱନିରିକ୍ଷକ ପହଂଚି ଥିଲେ, ଗ୍ରାମ ବାସୀ ଓ ସ୍ଥାନୀୟ ସରପଂଚ ପହଂଚି ତୁରନ୍ତ ରାଜସ୍ୱ ନିରିକ୍ଷକ ଙ୍କୁ ନିବେଦନ କରିଥିଲେ ଅଗ୍ନି ବିପନ୍ନ ଙ୍କୁ ସରକାରୀ ସହାୟତା ଯୋଗାଇଦେବେ ପାଇଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.