ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବନଖଣ୍ଡ ଅଧୀନ ବୈତରଣୀ ନଦୀ ଅରଣ୍ୟନିବାସ ନିକଟରେ ଗୁରୁବାର ଏକ ମୃତ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳିଥିଲା ।କୁମ୍ଭୀରର ଲମ୍ବ ୫ ରୁ ୬ ଫୁଟ ହେବ ବୋଲି ଅନୁମାନ କରାଯାଉଛି।କୁମ୍ଭୀର ଟି ମୃତ୍ୟୁ ପରେ ନଦୀରେ ଭାସୁଥୁବା ବେଳେ କୁମ୍ଭୀରର ଗୋଡ଼ ଚାରୋଟି ଉପରକୁ ଥିଲା । ତେବେ କୁମ୍ଭୀରଟି କିପରି ମଲା । କେଉଁଠୁ ଆସିଲା ତାହା ସ୍ପଷ୍ଟ ଜଣାପଡିନଥିବା ବେଳେ ଏହି ନଦୀରେ ଅନେକ କୁମ୍ଭୀର ଚଳପ୍ରଚଳ ହେଉଥିବା ଦେଖିବକୁ ମିଳେ।ସରକାରୀ ରିପୋର୍ଟ ଅନୁସାରେ ବୈତରଣୀ ନଦୀରେ ପ୍ରାୟ ୧୨ରୁ ଉର୍ଦ୍ଧ୍ୱ କୁମ୍ଭୀର ଅଛନ୍ତି । ଏ ବିଷୟରେ ଭଦ୍ରକ ଡି ଏଫ୍ ଓ ସୌଭାଗ୍ୟ କୁମାର ସାହୁ କହିଛନ୍ତି ଏ ବିଷୟରେ ଚାନ୍ଦବାଲି ରେଞ୍ଜରକୁ ଜଣାଯାଇଛି ମୃତ କୁମ୍ଭୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି ।








