ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ଦ୍ୱାରା ଆଜି ୬୬ଲକ୍ଷଟଙ୍କାର ଉଜ୍ୱଳୀ ଆଲୋକୀକରଣ ବ୍ୟବସ୍ଥା ର ମାରାଥନ ଉଦଘାଟନ ହୋଇଯାଇଛି। ପ୍ରାପ୍ତ ଖବର ଅନୁଯାଇ ଧାମରା ଅଂଚଳରେ ବିଭିନ୍ନ ଅଂଚଳରେ ରାସ୍ତା ପାଶ୍ୱର୍ରେ ଉଜ୍ୱଳୀ ଆଲୋକୀକରଣ ପାଇଂ ବହୁ ଦିନ ହେବ ଦାବୀ ହୋଇ ଆସୁଥିଲା। ରାଜ୍ୟରେ ବିଜୁ ଜନତା ଦଳ ଶାସନରେ ଥିବା ବେଳେ ଚାନ୍ଦବାଲି ବିଧାୟକ ଡ.ରାୟ କରଞ୍ଜମାଳ,ବଇଁଚା, ଖପୁରିଆ,କୁଆମରା, କରଣପଲ୍ଲୀ,ଧାମରା ଏବଂ କଇଥଖୋଲା ଆଦି ସ୍ଥାନରେ ୬୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ପାଶ୍ୱର୍ ଉଜ୍ୱଳୀ ଆଲୋକୀକରଣ ବ୍ୟବସ୍ଥା କରିଥିଲେ। ଆଜି ସେହି ସମସ୍ତ ରାସ୍ତା ପାଶ୍ୱର୍ ଉଜ୍ୱଳୀ ଆଲୋକୀ କରଣ ବ୍ୟବସ୍ଥା ଗୁଡିକୁ ବିଧାୟକ ଡ.ବ୍ୟୋମକେଶ ରାୟ ସୁଇଚ ମାରି ଉଦଘାଟନ କରିଥିଲେ। କୁଆମରା ଏବଂ ବଇଁଚା ଠାରେ ଏହି ପ୍ରତ୍ୟେକ ପ୍ରକଳ୍ପର ମୂଲ୍ୟ ୮ ଲକ୍ଷ ଟଙ୍କା ଥିବା ବେଳେ ଧାମରା, କରଣପଲ୍ଲୀ,କଇଥଖୋଲା, ଖପୁରିଆ ଏବଂ ବାଂଶଡା ଠାରେ ପ୍ରତ୍ୟେକ ପ୍ରକଳ୍ପର ମୂଲ୍ୟ ୧୦ଲକ୍ଷ ଟଙ୍କା ବୋଲି ଜଣାଯାଇଛି। ଏହି ଉଜ୍ୱଳୀ ଆଲୋକୀକରଣ ବ୍ୟବସ୍ଥା ପାଇଁ ଏହି ସମସ୍ତ ଅଂଚଳରେ ସ୍ଥାନୀୟ ଲୋକଙ୍କ ଦାବୀକୁ ସମ୍ମାନ ଜଣାଇ ବିଧାୟକ ଡ.ରାୟ ଆଜି ଏହି ସମସ୍ତସ୍ଥାନରେ ସୁଇଚ ମାରି ମାରାଥନ ଉଦଘାଟନ କରିଥିଲେ। ଆଜିର ଏହି ଉଦଘାଟନ ସମୟରେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ, ଭଦ୍ରକ ଜିଲ୍ଲା ଉପ ବିଜୁ ଜନତା ଦଳର ଉପସଭାପତି ତଥା ଓଡିଶା ଖାଉଟି ସମବାୟ ମହାସଂଘ ଲିଃର ସଭାପତି ପ୍ରତାପ ଚନ୍ଦ୍ର ଧଳ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ, ବଳଭଦ୍ର ଲେଙ୍କା, ପୂର୍ବତନ ଜିଲ୍ଲା ପରିଷଦ ବାବୁଲି ଦୀକ୍ଷିତ,ଅଶୋକ ଜାନାଙ୍କ ସମେତ ବିଜୁ ଜନତା ଦଳର ବହୁ କର୍ମୀ ଏବଂ ଛାମୁଆ ନେତା ମାନେ ସମସ୍ତ ସ୍ଥାନରେ ଉପସ୍ଥିତ ଥିଲେ।