Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବିକାଶର ବିକଳ ଚିତ୍ର, ଗାଁକୁ ପକା ରାସ୍ତା ନଥିବାରୁ ଶଶୁର ଘର ପରିବାରଙ୍କ କାନ୍ଧରେ...

ଚାନ୍ଦବାଲି ବିକାଶର ବିକଳ ଚିତ୍ର, ଗାଁକୁ ପକା ରାସ୍ତା ନଥିବାରୁ ଶଶୁର ଘର ପରିବାରଙ୍କ କାନ୍ଧରେ ବାହା ହେବାକୁ ଗଲା ବର

11

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବିକାଶ ର ବିକଳ ଚିତ୍ର।ଦୀର୍ଘ ୨୪ବର୍ଷ ହେବ ରାଜ୍ୟ ରେ ବିଜୁ ଜନତା ଦଳ ଶାଷନ କରି ଆସୁଥିବା ବେଳେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ବିଧାୟକ ଚାନ୍ଦବାଲି ବ୍ଲକ ର ସର୍ବାଙ୍ଗୀନ ଉନ୍ନତି କରିଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏଠାକାର ଚିତ୍ର ସମ୍ପୂର୍ଣ ଓଲଟା। ବିକାଶର ବିକଳ ଚିତ୍ର ଆଖିଠାର ମାରୁଛି। ଏଠି ଭୋଟ ବେଳେ ମିଳେ ପ୍ରତିଶୃତି ଜିତିଗଲା ମନରୁ ଭୁଲି ଯାଆନ୍ତି ବିକାଶ ଗତି। ରାଜନୈତିକ ଛକାପଞ୍ଝା ଭିତରେ ବଳି ପଡୁଛନ୍ତି ଗ୍ରାମବାସୀ। ସ୍ୱାଧିନତାର ୭୭ ବର୍ଷ ପରେ ବି ୱାଡ଼ବାସିନ୍ଦାଙ୍କ ପାଇଁ ସ୍ୱପ୍ନ ପାଲଟିଲା ପକ୍କା ରାସ୍ତା, ସାହି କୁ ରାସ୍ତା ନଥିବାରୁ ଅଧା ବାଟରେ ଅଟିକି ଯାଉଛି କୁନି କୁନି ପିଲାଙ୍କ ଭବିଷ୍ୟତ ସାଙ୍ଗକୁ ଜରୁରୀ କାଳୀନ ସେବା ଏହା କେଉଁ ଉପାନ୍ତ ଅଂଚଳର ରାସ୍ତା ଦୃଶ୍ୟ ନୁହେଁ । ଆମେ କହୁଛୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚରଦିଆ ଗ୍ରାମପଂଚାୟତ ଧୃବପଲ୍ଲୀ ଗ୍ରାମର ମଣ୍ଡଳସାହି ରାସ୍ତା ର ଦୃଶ୍ୟ । ଗ୍ରାମରେ ଏକ ବିବାହ ଥିବାରୁ ବର ନିଜ ଶଶୁର ଘର ଲୋକ ଙ୍କ କାନ୍ଧ ରେ ବସି ଦୁଇ କିଲୋମିଟର ପର୍ଯ୍ୟନ୍ତ କାଦୁଅ ରାସ୍ତାରେ ବାହା ହେବାକୁ ଯାଉଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ପାଇଁ ଗ୍ରାମବାସୀମାନେ ବାରମ୍ବାର ଚାନ୍ଦବାଲି ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ସମ୍ଭବ ହୋଇ ପାରିଲା ନାହିଁ।ଆଜି ଭଳି ଦିନରେ ଏହି ଅଂଚଳ ର ଛାତ୍ର ଛାତ୍ରୀ ମଧ୍ୟ ଏହି ରାସ୍ତା ଟିକକ ପାଇଁ ବିଦ୍ୟାଳୟ କୁ ଯିବାକୁ ଅମଙ୍ଗ ହେଉଥିଲା ବେଳେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳ ବାସୀ ଦାବୀ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.