Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କେବେ ? ବଦଳିଲା ସରକାର, ବଦଳିଲା ରଙ୍ଗ, ଗଡିଲାନି ବସ୍‌,...

ଚାନ୍ଦବାଲି ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କେବେ ? ବଦଳିଲା ସରକାର, ବଦଳିଲା ରଙ୍ଗ, ଗଡିଲାନି ବସ୍‌, ସହରରେ ନାହିଁ ବିଶ୍ରାମ ଗାର

27

 

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ବଦଳିଲା ପରେ ଚାନ୍ଦବାଲି ବସ୍ ଷ୍ଟାଣ୍ଡରେ ରଙ୍ଗ ବଦଳିଲା ହେଲେ ଏଯାଏ ଗଡିଲାନି ବସ୍‌। ଚାନ୍ଦବାଲି ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କେବେ ଏହା ଲୋକଙ୍କ ମନରେ ପ୍ରଶ୍ନବାଚି। ବନ୍ଦର ନଗରୀ ଚାନ୍ଦବାଲି ଏକ ବ୍ୟବସାୟିକ ପେଣ୍ଠସ୍ଥଳ। ଏଠାରେ ଏକ ସ୍ଥାୟୀ ବସଷ୍ଟାଣ୍ଡର ଆବଶ୍ୟକତା ବହୁ ଦିନରୁ ଥିଲା। ସେଥି ପାଇଁ ଚାନ୍ଦବାଲିରେ ବସ୍ ଷ୍ଟାଣ୍ଡ ନିର୍ମାଣ ହେଲା। ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବାରୁ ସହରକୁ ପ୍ରତ୍ୟେକ ଦିନ ଆସୁଥିବା ଶହ ଶହ ଗାଡି ଏଣେ ତେଣେ ପାର୍କିଂ କରୁଛନ୍ତି। ଏହାଦ୍ୱାରା ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେବା ସହ ବହୁ ଦୁର୍ଘଟଣା ଘଟୁଛି। ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବାରୁ ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାନ୍ଦବାଲିରେ ତାତି ସଂପ୍ରତି ୩୯ ଡିଗ୍ରୀ ଉପରେ ରହୁଛି। ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନ ହେବାରୁ ଯାତ୍ରୀମାନେ ଖରାରେ ବିଶ୍ରାମ ନେବାକୁ ଟିକେ ଯାଗା ପାଉ ନାହାନ୍ତି। ସେହିପରି ସହରର କେଉଁ ଜାଗାରେ ବିଶ୍ରାମ ଗାର ଟିଏ ବି ନାହିଁ । ଯଥାଶୀଘ୍ର ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲେ ଯାତ୍ରୀଙ୍କ ସୁବିଧା ହେବ ବୋଲି ଲୋକମାନେ ଦାବି କରୁଛନ୍ତି। ସୂଚନା ଅନୁଯାୟୀ ଗତ ସରକାର ଷ୍ଟାଣ୍ଡ କରିଥିଲେ ମଧ୍ୟ କାର୍ଯ୍ୟକ୍ଷମ କରିନଥିଲେ। ୨୦୧୫ ମସିହାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ହୋଇଥିବା ଏହି ବସଷ୍ଟାଣ୍ଡ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଗତ ୧୦ ବର୍ଷ ଧରି ବ୍ଲକ ପ୍ରଶାସନ, ପୂର୍ତ ବିଭାଗ ଓ ଚାନ୍ଦବାଲି ଏନଏସି ତତ୍ତ୍ୱାବଧାନରେ ହୋଇଥିଲା ନିର୍ମାଣ କାର୍ଯ୍ୟ । ପ୍ରଥମେ ବ୍ଲକ ଅନୁଦାନରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ସାଂସଦ ପାଣ୍ଠିରୁ ୪୫ ଲକ୍ଷ ଅନୁଦାନ ମିଳିଥିଲା । ବର୍ଷଧୂକ କାଳ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଷ୍ଟାଣ୍ଡଟି ପଡିରହିଥିବା ପରେ ପୁନଶ୍ଚ ପୂର୍ବ ସରକାରଙ୍କ ମୋ ବସଷ୍ଟାଣ୍ଡ ଯୋଜନାରେ ୨.୫୬ କୋଟି ଟଙ୍କା ଅନୁଦାନରେ ପୂର୍ତର୍ ବିଭାଗ ବିଭାଗ ଅଧୀନରେ ନିର୍ମାଣ କାର୍ଯ୍ୟ କରାଗଲା। ୨୦୨୩ ମସିହା ଜାନୁଆରୀ ମାସରେ ନିର୍ମାଣ କାମ ଆରମ୍ଭହୋଇ ଅକ୍ଟୋବର ମାସରେ ଶେଷ କରିବା ଅବଧି ଧାର୍ଯ୍ୟ କରାଯାଇଥିଲା । ଏପଟେ ଅନୁଦାନ ସରିଗଲା, ହେଲେ ନିର୍ମାଣାଧୀନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଫଳରେ ଚାନ୍ଦବାଲି ଏନଏସି ପକ୍ଷରୁ ୧୫ ଲକ୍ଷ ଟଙ୍କା ଅନୁଦାନରେ ବସଷ୍ଟାଣ୍ଡର ଅଦ୍ଧ ନିର୍ମିତ ଦୁଇ ଫାଟକ ଓ କିଛି କାମ ପୂର୍ଣାଙ୍ଗ ହେଲା । ନିର୍ବାଚନ ଥୋପ ଦେଇ ଅଧାପନ୍ତରିଆ ଭାବେ ଚାନ୍ଦବାଲି ବିଧାୟକ ବସଷ୍ଟାଣ୍ଡକୁ ଉଦଘାଟନ କରିଦେଇଥିଲେ। ନିର୍ବାଚନ ପରେ ଷ୍ଟାଣ୍ଡ ର ସପୂର୍ଣ କାମ ସରିଲା, ଗତ ଡ଼ିସେମ୍ବରରେ ନୂଆ ସରକାର ପୁରୁଣା ରଙ୍ଗ ବଦଳାଇ ନୂତନ ରଙ୍ଗ ଲଗାଇ ଥିଲେ, କିନ୍ତୁ ଜେସାକୁ ତେସା ସରକାର ବଦଳିଲା, ରଙ୍ଗ ବଦଳିଲା କିନ୍ତୁ କାର୍ଯ୍ୟକ୍ଷମ ହେଲାନି ବସ୍ ଷ୍ଟାଣ୍ଡ। ଚାନ୍ଦବାଲି ରୁ ପ୍ରତିଦିନ ଭଦ୍ରକ, ଭୁବନେଶ୍ୱର, ରାଉଲକେଲା ଓ କୋଲକାତାକୁ ବହୁ ବସ୍ ଯାତାୟାତ କରୁଛି।ଏ ସବୁ ବସ୍ ସଂଖ୍ୟା ୫୦ ରୁ ଉର୍ଦ୍ଧ ହୋଇଥିବା ବେଳେ କିଛି ବସ୍ ବିଭିନ୍ନ ପଞ୍ଚାୟତ କୁ ପଳାଉଛି ଆଉ କିଛି ବସ୍ ଚାନ୍ଦବାଲି ର ପୁରାତନ ବସ ଷ୍ଟାଣ୍ଡ ଠାରୁ ଅରନ୍ୟ ନିବାସ ପର୍ଯ୍ୟନ୍ତ ମୂଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ରାତ୍ରି ସମୟରେ ଦୈନିକ ଅନେକ ଯାତ୍ରୀବାହି ବସ୍ ଗୁଡ଼ିକ ରାତିସାରା ଠିଆହୋଇ ରହୁଛି।ଯାହା ଦ୍ୱାରା ମଝିରେ ରହୁଥିବା ରାସ୍ତା ସଂକୀର୍ଣ୍ଣ ହୋଇଯାଉଛି ଏବଂ ଏହାଦ୍ୱାରା ରାତ୍ରୀ ସମୟରେ ଅତି ଦୃତ ଗତିରେ ଯାଇଥିବା ହାଇୱା ଗାଡ଼ି ,ମାଲ ବୋଝେଇ ଗାଡ଼ି ଗୁଡ଼ିକ ଗଲା ବେଳେ ସାଧାରଣ ଲୋକଙ୍କ ଭୟ ସହିତ ଅନେକ ଅସୁବିଧା ହେଉଛି । ଏହି ଗାଡ଼ି ମାନଙ୍କ ଧକ୍କାରେ ବାଇକ୍ ଓ ଅନ୍ୟାନ୍ୟ ଛୋଟ ମୋଟ ଗାଡ଼ି ଗୁଡ଼ିକ ଦୁର୍ଘଟଣା ହୋଇ ଧନଜୀବନ କ୍ଷୟ କ୍ଷତି ହେବାର ଅନେକ ଆଶଙ୍କା ରହିଛି। ଏଣୁ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ତୁରନ୍ତ ଧ୍ୟାନ ଦେଇ କୋଟି କୋଟି ଟଙ୍କାର ସରକାରୀ ଅର୍ଥରେ ନିର୍ମିତ ସମ୍ପୂର୍ଣ ଭାବେ ପୂର୍ଣ୍ଣାଙ୍ଗ ହୋଇସାରିଥିବା ନୂତନ ବସଷ୍ଟାଣ୍ଡ ଟିକୁ ଅତିଶିଘ୍ର କାର୍ଯ୍ୟକ୍ଷମ କରେଇବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି, ସ୍ଥାନୀୟ ଲୋକ ସୋସିଆଲ ମିଡ଼ିଆରେ ବି କ୍ଷୋବ ପ୍ରକାଶ କରୁଛନ୍ତି।ଏହି ବିଷୟରେ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଭାସ ରଞ୍ଜନ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି ,ଏ ବିଷୟରେ “ମୁଁ କଥା ହୋଇଛି ଅତି ଶୀଘ୍ର ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.