Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବଜାରରେ କୋଟପା ଚଢ଼ଉ

ଚାନ୍ଦବାଲି ବଜାରରେ କୋଟପା ଚଢ଼ଉ

44

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ରକ୍ରମରେ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଚାନ୍ଦବାଲି ବଜାରରେ ଧରପଗଡ଼ କରାଯାଇଛି। କୋଟପା ଆଇନ୍ କାର୍ଯ୍ୟାନ୍ୱୟନ ନେଇ ଚାନ୍ଦବାଲି ପୋଲିସ ସବ-ଇନିସ୍‌ପେକ୍ଟର ସୌମ୍ୟ ରାୟ ଏପିଡ଼େମିଲୋଜିଷ୍ଟ ଡା. କାଶୀନାଥ ପଣ୍ଡା, ଅଣ ସଂକ୍ରାମକ ରୋଗ ବିଭାଗର ସହକାରୀ ପରିଚାଳକ ଦୀପକ କୁମାର ରାଉତ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ସ୍କ୍ୱାଡ଼ ଦ୍ୱାରା ଏହି ଧରପଗଡ଼ କରାଯାଇଥିଲା। ୧୫ଜଣ ଆଇନ୍ ଉଲଂଘନକାରୀଙ୍କ ଠାରୁ ୨୬୦୦ ଟଙ୍କା ଜରିମାନା ବାବଦ ଆଦାୟ କରାଯିବା ସହ ଦୋକାନମାନଙ୍କରୁ ଜବଦ ହୋଇଥିବା ସିଗାରେଟ୍‌, ଗୁଟୁଖା ଆଜି ନିଷିଦ୍ଧ ତମାଖୁ ଜାତୀୟ ଦ୍ରବ୍ୟ ସବୁକୁ ନିଆଁରେ ପୋଡ଼ି ନଷ୍ଟ କରି ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.