Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ପୋଲିସକୁ ବଡ଼ ସଫଳତା, ବଡ଼ଓସ୍ତିଆ ଏକ ଘର ପଛପଟୁ ୨୫୦ ବସ୍ତା ଚୋରା କୋଇଲା...

ଚାନ୍ଦବାଲି ପୋଲିସକୁ ବଡ଼ ସଫଳତା, ବଡ଼ଓସ୍ତିଆ ଏକ ଘର ପଛପଟୁ ୨୫୦ ବସ୍ତା ଚୋରା କୋଇଲା ଜବତ୍‌

12

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ବଡ଼ଓସ୍ତିଆ ଗ୍ରାମ ର ଜଣେ ବ୍ୟକ୍ତି ଙ୍କ ଘର ପଛପଟୁ ୨୫୦ ବସ୍ତା ଲାଟ ମରା ହୋଇଥିବା କଥା ଚାନ୍ଦବାଲି ପୋଲିସ ବିଶେଷ ଶୁତ୍ର ରୁ ଖବର ପାଇଥିଲେ ।ପରେ ପୋଲିସ ର ଅଚାନକ ଚଢ଼ାଉ ରେ ୨୫୦ ବସ୍ତା ଚୋରା କୋଇଲା ଜବତ୍ ହୋଇଥିବା ସୂଚନା ମିଳିଛି ।ଚାନ୍ଦବାଲି ଆଇ ଆଇ ସି ପଂଚାନନ ମହାନ୍ତି ଖବର ପାଇ ଚାନ୍ଦବାଲି ଥାନା ର ହୋମଗାର୍ଡ ଶିବା ବୟାରି ଙ୍କ ସହଯୋଗ କ୍ରମେ ଅଚାନକ ଚଢ଼ାଉ କରିଥିବା ସୂଚନା ମିଳିଛି ।୨୫୦ ବସ୍ତା ଚୋରା କୋଇଲା କୁ ଜବତ୍ କରି ଦୁଇଟି ପିକପ ଭ୍ୟାନ ଯୋଗେ ଚାନ୍ଦବାଲି ଥାନା କୁ ଆଣିଥିବା ସୂଚନା ମିଳିଛି । ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦବାଲି ଆଇଆଇସି ଏବେ ଆକ୍ସନ ମୁଡ଼ରେ । ଭଦ୍ରକ ଆରକ୍ଷୀ ଅଧିକ୍ଷକ ଚୋରା କୋଇଲା ଚାଲାଣ ଓ ବେଆଇନ ଗୋରୁ ଚାଲାଣ ଉପରେ ଏକ ପ୍ରକାର ର ସମ୍ପୁର୍ଣ୍ଣ ରୋକ ଲଗାଇଥିବା ଜଣାପଡ଼ିଛି । ଯାହାକୁ ନେଇ ଚାନ୍ଦବାଲି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ଙ୍କ ର ଲଗାତର ଭାବେ ଚଢ଼ାଉ ଜାରି ରହିଛି । ଯାହାକୁ ନେଇ ଚୋରା କୋଇଲା ମାଫିଆ ମାନେ ଚୋରା ଚାଲାଣ ପୋଲିସ ସମ୍ପୁର୍ଣ୍ଣ ଠପ କରିଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ମହଜୁଦ ଥିବା ଚୋରା କୋଇଲା କଥା ବିଶେଷ ସୁତ୍ରରୁ ଖବର ପାଇ ପ୍ରତ୍ୟେକ ଦିନ ଚାନ୍ଦବାଲି ଆଇଆଇସି ଖବର ପାଇ ଚୋରା କୋଇଲା ମହଜୁଦ ଥିବା ସ୍ଥାନ ଗୁଡିକରେ ଚଢ଼ାଉ କରି ଶହ ଶହ ବସ୍ତା ଚୋରା କୋଇଲା ଜବତ୍ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.