ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବିଜୁସ୍ମୃତି ଭବନ ପରିସରରେ ପୂର୍ବାହ୍ନ ୧୧ଟାରେ ସୁଭଦ୍ରା ଶକ୍ତି କାର୍ଯ୍ୟକ୍ରମରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାନ୍ଦବାଲି ସିଡିପିଓ ୧ ରେ ୨୦ ଏସ, ଏଚ, ଜି ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ଏ,ଇଇ ସ୍ମୃତି ରଞ୍ଜନ ତରାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସିଡିପିଓ ୧ ସବିତା ସେଠି, ଯନ୍ତ୍ରୀ ଅମୀୟ କୁମାର ପଲାଇ,ମିଶନ ଶକ୍ତି ବିପିଏମ ବୀଣାପାଣି ପଣ୍ଡା ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ପରିଚାଳନା ବିପିସି ବନୋଜ କୁମାର ବାରିକ କରିଥିଲେ । ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ୟାସ ଚୁଲି ଯୋଗେଇଦିଆଯାଇଥିଲା । ସେମାନେ ପ୍ରତିଯୋଗିତାରେ ବିଭିନ୍ନ ପାରମ୍ପରିକ ଦେଶୀ ଖାଦ୍ୟ ପ୍ରସ୍ତୁତ କରିଥିଲେ । ପରେ ବିଚାରପତି ମଣ୍ଡଳୀ ସେହି ସବୁ ଖାଦ୍ୟକୁ ଚାଖିବା ସହ ତାହାର ମାନ ନିର୍ଧାରଣ କରିଥିଲେ ।ବିଭିନ୍ନ ପ୍ରକାର ମିଠା, ପିଠା, ଡାଲମା, ଦହିବରା ସହ ପ୍ରତି ଷ୍ଟଲରେ ପ୍ରାୟ ପାଂଚରୁ ସାତ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ସିଡିପିଓ ୧ ପ୍ରଥମ ସ୍ଥାନ ଚିନ୍ମୟାଶ୍ୱର ଏସ ଏଚ ଜି କୁଚୁଲିଆଦିଆ ଓ ଦ୍ୱିତୀୟ ସ୍ଥାନ ଓମ ଶାନ୍ତି ଏସ ଏଚ ଜି ଉତୁକୁଡା ଘୋଷଣା କରାଯାଇଥିଲା । ସେହିପରି ଗତ ମଙ୍ଗଳବାର ଦିନ ୧୧ ଟା ସିଡିପିଓ ୨ ଅଣ୍ଡରରେ ଥିବା ଏସ ଏଚ ଜି ସୁଭଦ୍ରା ଶକ୍ତି ପରାମ୍ପରାରିକ ଖାଦ୍ୟ ପ୍ରତିଯୋଗିତା ମତୋ କଲ୍ୟାଣମଣ୍ଡବ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରୋଜ କୁମାର ଖୁଂଟିଆ ବ୍ଲକ ଆକାଉଂଟ ଅଫିସର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ଜୟ ଦୁର୍ଗା ଏସ, ଏଚ ଜି ମୌସୁଧା ପ୍ରଥମେ ଜୟ ହନୁମାନ ଏସ ଏଚ ଜି ଖେରଙ୍ଗ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏବିଡ଼ିଓ ରାଜକିଶୋର ଦାସ, ସିଡିପିଓ ୨ ଅହଲ୍ୟା ରାଣୀ ବେଗ, ବିପିସି ବନୋଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।








